ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ଆଜି ବସିପାରେ ପ୍ରଥମ କ୍ୟାବିନେଟ୍ ବୈଠକ । ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିପାରେ । ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ବସିପାରେ କ୍ୟାବିନେଟ୍ ବୈଠକ। ସେହିପରି କେଉଁ ମନ୍ତ୍ରୀଙ୍କୁ କେଉଁ ମନ୍ତ୍ରାଳୟ ମିଳିବ, ତାହା ଉପରେ ନଜର ରହିଛି । ବିଜେପି ନିଜ ପାଖରେ କେଉଁ ବିଭାଗ ରଖିବ ଏବଂ ସହଯୋଗୀଙ୍କୁ କେଉଁ ବିଭାଗ ଦେବ ତାହାକୁ ଅନେକ ଅପେକ୍ଷା କରିଛନ୍ତି ।

ଗତକାଲି ମୋଦୀଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ୫ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କୁ କେଉଁ ବିଭାଗ ମିଳିବ ତାହା ଉପରେ ନଜର ରହିଛି । ବିକଶିତ ଭାରତ ମିଶନ ତଥା ମୋଦି ଗ୍ୟାରେଣ୍ଟିକୁ ନଜରରେ ରଖି ମନ୍ତ୍ରୀଙ୍କୁ ବିଭାଗ ମିଳିପାରେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *