ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ଗାଏସିଲଟ୍ ବ୍ଲକ୍ କଟାଭାଲ ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ତ୍ତିକେଶ୍ୱର ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲଟ୍ ବ୍ଲକ୍‌ କଟାପାଲ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) କାର୍ତ୍ତିକେଶ୍ୱର ବେହେରାଙ୍କ ଘରେ ଓ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଏକାସାଙ୍ଗରେ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଥିବା ସୂଚନା ମିଳିଛି।

ଗାଏସିଲଟ ବ୍ଲକ କନ୍ଦାଗାଡ଼ରେ ଥିବ ୨ ମହଲା ବାସଭବବ, ଗୋଟିଏ ମାର୍କେଟ କଂପଲେକ୍ସ, ଗୋଟିଏ ଗୋଦାମ ଘର, ନିର୍ମାଣାଧୀନ ୪ ମହଲା କୋଠା, ପୈତୃକ ଘର ସହ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ କରିଛି ।

ଏହି ଚଢାଉରେ ୫ ଜଣ ଡିଏସପି, ୮ ଇନସ୍ପେକ୍ଟର, ୨ ଏଏସ୍ଆଇ ଏବଂ ଅନ୍ୟ ସହ କର୍ମଚାରୀ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *