ଖଣ୍ଡଗିରି କୋଳଥିଆସ୍ଥିତ ଶ୍ରୀ ବୈକୁଣ୍ଠଧାମ ଆଶ୍ରମରେ ନାବାଳକଙ୍କୁ କଳ୍କୀ ଅବତାର କହି ଜଣେ ନାବାଳକଙ୍କୁ ପୂଜା କରାଯାଉଥିବା ପ୍ରସଙ୍ଗରେ ଆଶ୍ରମରେ ବିଡିଏ, ବିଏମ୍ସି ଏବଂ ତହସିଲ ଟିମ୍ ପହଞ୍ଚି ମିଳିତ ଛାନ୍ଭିନ୍ ଆରମ୍ଭ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବୈକୁଣ୍ଠ ଧାମରେ ତନାଘନା କରୁଛନ୍ତି ୮ ଜଣିଆ ଟିମ୍ । ଆଶ୍ରମର ମାପଚୁପ କରିବା ସହ ଜମି ସରକାରୀ ନା ବେସରକାରୀ ସେ ସଂପର୍କରେ ଚାଲିଛି ତନାଘନା । ଅନ୍ୟପଟେ ବୈକୁଣ୍ଠ ଆଶ୍ରମକୁ ଜଗି ରହିଛନ୍ତି ୨ ସେକ୍ସନ ଫୋର୍ସ । ଆଶ୍ରମ ଭିତରେ ରହିଥିବା ସମସ୍ତ ଆସବାବପତ୍ର ଯାଞ୍ଚ କରୁଛି ପୋଲିସ । ଏହା ସହ ବୈକୁଣ୍ଠ ଧାମ ଆଶ୍ରମର ଆଉ ଏକ ଘର ଠାବ ହୋଇଛି। ଏହି ଘରେ ବିଦେଶୀ ଭକ୍ତ ରହୁଥିବା ଖବର ମିଳିଛି। ତେବେ ଆଶ୍ରମରୁ କୁନି ବାବା ଗାଏବ ହୋଇଯାଇଥିବା ଜଣାଯାଇଛି। ସୁଚନା ଯୋଗ୍ୟ; ଖଣ୍ଡଗିରିସ୍ଥିତ ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକ ବାବାଙ୍କୁ କଳ୍କୀ ଅବତାର ଦର୍ଶାଇ ସିଂହାସନରେ ବସାଇ ପୂଜା କରିବା ଏବଂ ତା’ ପାଦ ତଳେ ତୁଳସୀ ଓ ଭାଗବତ ଗୀତା ରଖିବା ଘଟଣା ସାମ୍ନାକୁ ଆସିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାରେ ଶିଶୁ ସୁରକ୍ଷା ଆୟୋଗ ନିଜଆଡୁ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଭରତପୁର ଥାନାକୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି। ବାସ୍ତବରେ ଆଶ୍ରମ ଭିତରେ କ’ଣ ଚାଲିଛି? ଏନେଇ ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ଭରତପୁର ଥାନାକୁ ଶିଶୁ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ନାବାଳକଙ୍କ ଜଣଙ୍କ ହେଉଛନ୍ତି ଖଣ୍ଡଗିରି ବାସିନ୍ଦା କାଶୀନାଥ ମିଶ୍ରଙ୍କ ପୁଅ ଅନନ୍ତ ମାଧବ। ପୁଅକୁ ଜଗନ୍ନାଥଙ୍କ ଅବତାର ବୋଲି ଅପପ୍ରଚାର କରୁଛନ୍ତି କାଶୀନାଥ। ପୁଅକୁ ବାବା ସଜେଇ ଲୋକଙ୍କଠୁ ରୋଜଗାର କରୁଥିବା ଅଭିଯୋଗ ହୋଇଛି । ଯାହାକି ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବେ ମର୍ମାହତ କରିଛି। Post navigation କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ହେଲା ୩ଟି ହାତୀଙ୍କ ମୃତ୍ୟୁ! ଭିଜିଲାନ୍ସ ଜାଲରେ ଡେପୁଟି ଜେନେରାଲ ମ୍ୟାନେଜର