ଇଣ୍ଡିଆନ୍ ଆଇଡଲ୍ ସିଜନ-୧୬ରେ ବିଜୟ ହାସଲ କରିବା ପରେ ଟ୍ରଫି ସହ ଓଡ଼ିଶା ଫେରିଛନ୍ତି ଜ୍ୟୋତିର୍ମୟୀ ନାୟକ। ଦୀର୍ଘ ଯାତ୍ରା, କଠିନ ପ୍ରତିଯୋଗିତା ଓ ନିଜର ମଧୁର କଣ୍ଠ ସ୍ୱର ବଳରେ ଜ୍ୟୋତିର୍ମୟୀ ଇଣ୍ଡିଆନ୍ ଆଇଡଲ୍-୧୬ର ବିଜେତା ମୁକୁଟ ହାସଲ କରିଛନ୍ତି। ତାଙ୍କ ଆଗମନକୁ ନେଇ ଭୁବନେଶ୍ୱର ବିମାନବନ୍ଦରରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି । ଜ୍ୟୋତିର୍ମୟୀଙ୍କ ଏହି ସଫଳତାକୁ ନେଇ ସାରା ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଥିବା ବେଳେ, ତାଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ଶୁଭେଚ୍ଛୁ, ପ୍ରଶଂସକ ଓ ସଙ୍ଗୀତପ୍ରେମୀଙ୍କ ଭିଡ଼ ଜମିଛି। Post navigation Bay of Bengal Deep Depression: ସୃଷ୍ଟି ହେଲା ଗଭୀର ଅବପାତ