ନିର୍ଭୟର ଆକଳନ ସତ୍ୟ ହେଲା । ସମସ୍ତ କଳ୍ପନା ଜଳ୍ପନା ର ଅନ୍ତ ଘଟିଲା । କେନ୍ଦ୍ରୀୟ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହେଲେ ଓଡ଼ିଶାରୁ ବିଜେପି ର ରାଜ୍ୟ ସଭା ପ୍ରାର୍ଥୀ । ଯଦିଓ ଓଡ଼ିଶାରେ ବିଜେପିର ସଂଖ୍ୟା ନାହିଁ, ବିଜେଡି ର ସମର୍ଥନରେ ଅଶ୍ବିନୀ ବୈଷ୍ଣବ ନିର୍ଦ୍ବନ୍ଦରେ ରାଜ୍ୟ ସଭାକୁ ନିର୍ବାଚିତ ହେବେ । ପୂର୍ବରୁ ୨୦୧୯ ରେ ମଧ୍ୟ ବିଜେଡି ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟ ସଭାକୁ ପଠାଇବାରେ ସହଯୋଗ କରିଥିଲା । ଆଜି ବିଜେପିର ସମସ୍ତ ବିଧାୟକଙ୍କୁ ପାର୍ଟି ଅଫିସ୍ ଡକରା ହୋଇଛି । ଅଶ୍ବିନୀ ବୈଷ୍ଣବ ଆସି ଭୁବନେଶ୍ୱରରେ ପହଞ୍ଚିବେ ତଥା ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବେ । ଆସନ୍ତା କାଲି ଫେବୃଆରୀ ୧୫ ତାରିଖରେ ସେ ନାମାଙ୍କନ ଦାଖଲ କରିବେ । Post navigation କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ରାଜ୍ୟ ହିତରେ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ: ନବୀନ ପଟ୍ଟନାୟକ