ଭୁବନେଶ୍ୱର: – ଆଜିର କ୍ୟାବିନେଟରେ ହୋଇଥିବା ଘୋଷଣାକୁ ବିଜେପି ପକ୍ଷରୁ ସମାଲୋଚନା କରାଯିବା ସହ ବିଭିନ୍ନ ନିଷ୍ପତ୍ତି ଉପରେ ପ୍ରଶ୍ନ କରାଯାଇଛି ।

୨୦୨୪ ନିର୍ବାଚନକୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ବିଜୁ ଜନତା ଦଳ ଡରି ଯାଇଛି ଓ ସାରା ଓଡିଶାରେ ଯେଉଁ ଭଳି ଭାବରେ ସରକାରୀ ବିରୋଧୀ ହାଓା ବୋହୁଛି ତାକୁ ନବୀନ ବାବୁ ଯେତେ ପରଦା ଢାଙ୍କିବା ପାଇଁ ଚେଷ୍ଟା କଲେ ବି ଆଉ ସଫଳ ହେବେ ନାହିଁ ବୋଲି ବିଜେପି କହିଛି ।

“ମିଛୁଆ ରାଧୁଆ ଗପର ରାଧୁଆ ଚରିତ୍ର ଉପରେ ଯେମିତି ଗାଁ ଲୋକଙ୍କ ବିଶ୍ୱାସ ତୁଟିଯାଇଥିଲା ସେମିତି ଓଡିଶାର କ୍ୟାବିନେଟ ଘୋଷଣା ଉପରେ ଲୋକଙ୍କ ବିଶ୍ୱାସ ତୁଟିଯାଇଛି । ଆଗରୁ ମିଶନ ଶକ୍ତିର ମହିଳାଙ୍କ ପାଇଁ ସରକାର କ୍ୟାବିନେଟରେ ଘୋଷଣା କରିଥିବା ମିଶନ ଶକ୍ତି ସ୍କୁଟି ଯୋଜନା କୁଆଡେ ଗଲା ? ସ୍କୁଟି ଦେବେ ବୋଲି କହି ଥିଲେ କିନ୍ତୁ ତାହା ନଦେଇ ସ୍କୁଟି ବଦଳରେ ଦେଉଛନ୍ତି ମାତ୍ର ୧୦୦୦ ଟଙ୍କା । ଓଡିଶାର ମାତୃଶକ୍ତିଙ୍କୁ ଏହି ଧୋକାକୁ ଓଡିଶାର ମା ମାନେ କେବେ ସହିବେ ନାହିଁ” ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।

ବିଶ୍ୱାଳ କହିଛନ୍ତି ଯେ “ନୁଆ ଓ”ରେ ସରକାର ଯେଉଁ ବୃତି ଦେବେ ତାହା ବର୍ଷକୁ ମାତ୍ର ୯ ହଜାର ଟଙ୍କା କାହିଁକି ରଖାଯାଇଛି? ସରକାରଙ୍କ ପାଖରେ ବଳକା ୪୦ ହଜାର କୋଟି ଟଙ୍କାର ରାଜସ୍ୱ ଥିବା ବେଳେ କାହିଁକି ଛାତ୍ରବୃତିରେ ସରକାରଙ୍କ ପାଖରେ ଗରିବ ପିଲାଙ୍କୁ ବୃତି ଦେବା ବେଳକୁ ପଇସା ନାହିଁ । କାହିଁକି ଏହାକୁ ୨୦ ହଜାର ଟଙ୍କା କରାଗଲା ନାହିଁ ? ତା ଛଡା କାଳିଆ ବୃତି ଯୋଜନାରେ ଯେଉଁମାନେ ବୃତି ପାଇଛନ୍ତି ସେମାନଙ୍କୁ କାହିଁକି “ନୁଆ ଓ” ଛାତ୍ରଛାତ୍ରୀ ବୃତିରୁ ବଂଚିତ କରାଗଲା? ସେଥିପାଇଁ ଅନେକ ପିଲା ଏବେ ଛାତ୍ରବୃତି ପାଇବାରୁ ବଂଚିତ ହେବେ ।

ସେହିଭଳି ୨୪ ବର୍ଷରେ ଓଡିଶାର ହସ୍ତଶିଳ୍ପ ଓ ବୁଣାକାରଙ୍କ ଜୀବନ ଓ ଜିବିକାକୁ ନଷ୍ଟ କରି ବାହାର ରାଜ୍ୟର ଶିଳ୍ପ ଓ ବୟନକୁ ଆଣି ଓଡିଶାରେ ପ୍ରାଧାନ୍ୟ ଦେଉଥିବା ନବୀନ ସରକାର ଏବେ କେବଳ ଭୋଟ ପାଇଁ ସେମାନଙ୍କ ଶରଣ ପଶିଛି । ୨୪ ବର୍ଷର ବିଜେଡି ସରକାରରେ ଏମିତି ଅନେକ କ୍ୟାବିନେଟ ନିଷ୍ପତି ଓଡିଶାର ହସ୍ତଶିଳ୍ପ ଓ ବୁଣାକାରଙ୍କ ପାଇଁ ନିଆଯାଇଛି କିନ୍ତୁ ତାହା କେବଳ କାଗଜ କଲମରେ ସୀମିତ ରହିଯାଇଛି, ଲୋକଙ୍କ ପାଖରେ ପହଂଚିନି କି ଓଡିଶାର ହସ୍ତଶିଳ୍ପ ଓ ବୁଣାକାରଙ୍କ ଦୁଃଖ ଦୂର କରିପାରିନାହିଁ । ୨୦୨୪ରେ ଓଡିଶାରେ ବିଜେପିର ସରକାର ହେବ ହସ୍ତଶିଳ୍ପ ଓ ବୁଣାକାରଙ୍କ ଦୁଃଖ ଦୁର ହେବ ବୋଲି ଅନିଲ ବିଶ୍ୱାଳ କହିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *