ବଲାଙ୍ଗୀର: ପାଟଣାଗଡ଼ ବେଲପଡା ଥାନା କାନୁଟ ଗାଁ ଉପରପଡ଼ାରେ ପୁଣି ଅଭାବନୀୟ ଘଟଣା । ପରିବାରର 4ଜଣଙ୍କୁ ହରାଇବା ପରେ ଦୁଃଖରେ ଭାଙ୍ଗିପଡ଼ି ସେହି ପରିବାରର ଜଣେ ୧୯ ବର୍ଷର ପୁଅ ଆତ୍ମହତ୍ୟା କରିଛି । ଗତ ୧୦ ତାରିଖରେ ଉପରପଡ଼ାର ଏକ ପରିବାରର ୫ ଜଣ ମହିଳା ଏବଂ ଜଣେ ପୁରୁଷ ଟିଭି ଦେଖୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଯାଏଁ ରାଉରକେଲାରୁ ଶବ ଗାଁକୁ ଆସିନଥିବା ବେଳେ ଗାଁରେ ପୁଣି ଶୋକକୁଳ ପରିବେଶ ସୃଷ୍ଟି ହୋଇଛି । ସେହି ପରିବାରର ୧୯ ବର୍ଷୀୟ ପୁଅର ଆତ୍ମହତ୍ୟା କରିଛି । ଯାହାକୁ ନେଇ ପୁରା ଗାଁ ଶୋକାକୂଳ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *