ଦାରିଦ୍ର୍ୟ ଯୋଗୁ ଶିଶୁକନ୍ୟାକୁ ଅନ୍ୟହାତକୁ ଟେକିଦେଲା ମାଆ ଓ ବାପା। ନଭେମ୍ବର ୩ରେ ଜନ୍ମିତ ଶିଶୁକୁ ୧୧ ତାରିଖରେ ବିକିଥିଲେ ଜନ୍ମ କଲା ମାଆ। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଜେକେପୁର ନିକଟସ୍ଥ ନୂଆପଡା ବସ୍ତିରେ ରହୁଥିବା ରାହୁଲ ଧାନବାଡି ଓ କୁମୁଦ ଗାଣ୍ଡାଙ୍କ ଗତ ନଭେମ୍ୱର ୩ ତାରିଖରେ ଏକ ଶିଶୁକନ୍ୟା ଜନ୍ମଗ୍ରହଣ କରିଥିଲା । ଲାଳନ ପାଳନ କରିବାକୁ ଅକ୍ଷମ ହେବାରୁ ନିଜର ୯ ଦିନର ଶିଶୁକନ୍ୟାକୁ ୨୦ ହଜାର ଟଙ୍କାରେ ଆନ୍ଧ୍ର ପ୍ରଦେଶର ପାରବତ୍ତିପୁରମ ଜିଲ୍ଲା ପେଦାପେଙ୍କି ଗାଁର କୋପାଲା ରାଜଶେଖରଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ଖବର ପାଇ ଗାଁରେ ପହଞ୍ଚିଥିଲେ ଜିଲ୍ଲା ଶିଶୁ ସୁରକ୍ଷା କର୍ମକର୍ତ୍ତା । ୯ ଦିନର ଶିଶୁ କନ୍ୟା ବିକ୍ରି ଅଭିଯୋଗର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପାଇଁ ଚାନ୍ଦିଲି ଥାନାର ଉକ୍ତ ଗାଁରେ ଉପଜିଲ୍ଲାପାଳ ପହଞ୍ଚି ଦାରିଦ୍ର୍ୟ ପାଇଁ ବିକ୍ରି ଅଭିଯୋଗ ନେଇ ବାପା, ମାଆଙ୍କୁ ପଚରାଉଚରା କରିଛନ୍ତି । ଏହା ସହ ଶିଶୁ କନ୍ୟାକୁ ସିଡବ୍ଲ୍ୟୁସିଙ୍କୁ ହସ୍ତାନ୍ତର କରିଛନ୍ତି ନେଇଥିବା ଆନ୍ଧ୍ର ଦମ୍ପତି । ସେ କହିଛନ୍ତି ଶିଶୁ କନ୍ୟାର ବାପା, ମାଆଙ୍କ ସମ୍ମତି ଅନୁସାରେ କୋର୍ଟ ପେପର କରାଯାଇଛି । ଆମେ ସରକାରୀ ନିୟମ ଜାଣିନୁ, ଯାହା ନିୟମ ଅଛି ତାକୁ ମାନିବୁ ବୋଲି କହିଛନ୍ତି ଶିଶୁ କନ୍ୟାକୁ ନେଇଥିବା ଆନ୍ଧ୍ର ଦମ୍ପତି । Post navigation କଟକରେ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ; ଆଇସିୟୁରେ ଭର୍ତ୍ତି ବାଘଖିଆଙ୍କୁ ସାମାଜିକ ବାସନ୍ଦ କରାଯାଉ: ପିସିସିଏଫ ସୁଶାନ୍ତ ନନ୍ଦ