ନୂଆପଡାରେ କଲରା ପତରିଆ ବାଘ ମାରି ମାଂସ ଖାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ପ୍ରଥମ ଥର ଲୋକେ ବାଘ ମାରି ମାଂସ ଖାଉଥିବା ଦେଖିବାକୁ ମିଳିଛି । ମହାବଳ ବାଘ ହେଉ କି କଲରାପତରିଆ ଡିଫିକଲ୍ଟ ପରିସ୍ଥିତିରେ ମଣିଷ ଶିକାର କରିଥାନ୍ତି ସଭ୍ୟ ସମାଜରେ ଏମାନେ ରହିବାକୁ ଯୋଗ୍ୟ ନୁହନ୍ତି । ସେମାନଙ୍କୁ ସାମାଜିକ ବାସନ୍ଦ କରାଯାଉ । କଲରାପତରିଆ ବାଘ ଶିକାର କରି ଖାଇବା ପରେ ବନ ବିଭାଗ ଅଧିକାରୀ ତାଙ୍କୁ ଧରିଛନ୍ତି । କାରଣ ବନ ବିଭାଗ ଦ୍ଵାରା ସବୁ ବନ୍ୟଜନ୍ତୁଙ୍କୁ ଟ୍ରାକ୍ କରିବା ସମ୍ଭବ ନୁହେଁ । ଲୋକେ ଏଥିପାଇଁ ସଚେତନ ହେବା ଜରୁରୀ ।

ସୂଚନା ଯୋଗ୍ୟ; ସୁନାବେଡା ଅଭୟାରଣ୍ୟର ତଳି ଅଞ୍ଚଳ କୋମନା ରେଞ୍ଜ ଦେଓଦରା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିିମା ଦିନ ଶିକାରୀମାନେ ଦେଓଧରା ପାଟିଡଙ୍ଗର ଜଙ୍ଗଲରେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ । ହେଲେ ବିଦ୍ୟୁତ ତାରରେ ଲାଗି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା । ସକାଳେ ୪ ଜଣ ଶିକାରୀ ମୃତବାଘକୁ ଜଙ୍ଗଲର ଏକ ନାଳ ପାଖରେ ଖଣ୍ଡଖଣ୍ଡ କରି କାଟିଥିଲେ । ଅଧା ମାଂସକୁ ଭୋଜି କରି ଖାଇଥିଲେ । ଅବଶିଷ୍ଟ ମାଂସ ସହ ମୁଣ୍ଡ, ଗୋଡ ଓ ଛାଲ ରଖିଥିଲେ ।

ଏହାପରେ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନଙ୍କ ନେତୃତ୍ୱରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ସୋମବାର ରାତିରେ ଦେଓଧରା ଗାଁରେ ଚଢଉ କରି ଗାଁର ପୁସ୍ତମ ଚିନ୍ଦା(୫୮) ଓ ହୃଷିକେଶ ଚିନ୍ଦା(୪୦)ଙ୍କ ଘରୁ ବାଘ ମୁଣ୍ଡ, ଛାଲ ଓ ମାଂସ ଜବତ କରିଥିଲା । ଏହି ଘଟଣାରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରି ପଚରାଉଚୁରରା କରୁଥିବା ବେଳେ ଦୁଇ ଜଣ ଫେରାର ଅଛନ୍ତି ।

Leave a Reply

Your email address will not be published. Required fields are marked *