ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବୁନୁ-ବାଇଆଁ କଳି ତୀବ୍ର ହେବାରେ ଲାଗଛି। ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ଓ ବରିଷ୍ଠ ନେତା ଅମରେଶ ଜେନା ଓରଫ ବାଇଁଆଙ୍କୁ ନେଇ ଦଳର ହାଇକମାଣ୍ଡ ଚିନ୍ତାରେ।

ଦୁଇ ଜଣ ଯାକ ଟିକେଟ ଆଶାରେ ଥିବାରୁ ଦଳ ଏଯାଏ ଏଠାରୁ କିଏ ପ୍ରାର୍ଥୀ ହେବେ, ତା’ର ନିଷ୍ପତ୍ତି ନେଇ ପାରୁନି। ଉଭୟ ବିଭିନ୍ନ ମଞ୍ଚରେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଏବେ ପୂରା ବିବାଦରେ ନୂଆ ମୋଡ଼ ଆସିଛି।
ସାଂସଦ ଅପରାଜିତାଙ୍କୁ ଭେଟିଛନ୍ତି ବିଜେଡିର କିଛି ପୂର୍ବତନ କର୍ପୋରେଟର ତଥା ଅମରେଶଙ୍କ ସମର୍ଥକ। ବିଜେଡିର ପ୍ରାୟ ୧୫ ଜଣ ବରିଷ୍ଠ କର୍ମକର୍ତ୍ତା ଅପରାଜିତାଙ୍କୁ ଭେଟିଛନ୍ତି। ବର୍ତ୍ତମାନର ବିଧାୟକ ବୁନୁଙ୍କ ଉପରେ ସେମାନେ ଅସନ୍ତୋଷ ଜାହିର କରି ସାଂସଦଙ୍କୁ ଭେଟିଥିବା ଜଣାପଡ଼ିଛି। ସେମାନେ ଅପରାଜିତାଙ୍କ ସହ ତାଙ୍କ ଅଫିସରେ ଆଲୋଚନା କରୁଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ମଧ୍ୟ ନିର୍ବାଚନ ମଣ୍ଡଳୀରେ ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ପୁଣି ଟିକେଟ ଦେଲେ ବାଇଆଁଙ୍କ ସମର୍ଥକମାନେ ଦଳ ଛାଡ଼ି ବିଜେପିକୁ ସମର୍ଥନ ଜଣାଇବେ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *