ଓଡ଼ିଶା ଗସ୍ତରେ ଆସି ଆଜି ସୋରଡ଼ାରେ ପହଞ୍ଚିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉଦବୋଧନ ଦେଇଛନ୍ତି। ସୋରଡ଼ା ସଭାରେ ଆସୁ ଆସୁ ଜୋଶ୍‌ ଭରିଲେ ଶାହ। ଓଡ଼ିଶାରେ ବିଜେପି ସରକାର ଆଣିବାକୁ ନାରା ଦେବା ସହ କହିଲେ ମୋଦିଜୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ଓଡ଼ିଶାର ସମ୍ମାନ ବଢ଼ାଇଛନ୍ତି।

ଏହା ସହ ବିଜେଡି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି,ନବୀନ ସରକାର ଆଉ ଆସିବାର ନାହିଁ,ଓଡ଼ିଶା ଲୋକ ନବୀନଙ୍କୁ ଟାଟା, ବାଏ ବାଏ କହିଲେଣି । ଓଡ଼ିଶାରେ ଏବେ ବିଜେପି ସରକାର ଗଠନ ହେବାକୁ ଯାଉଛି। ନବୀନ ବାବୁ ସରକାର ଚଳାଉଛନ୍ତି କି ବାବୁମାନେ ସରକାର ଚଳାଉଛନ୍ତି? ଯଦି ବାବୁଙ୍କୁ ଦେବାର ଥିଲା, ଓଡ଼ିଆ ବାବୁଙ୍କୁ ହେଲେ ଦେଇଥାନ୍ତେ। ନବୀନ ୱାନ୍‌ ନେସନ, ୱାନ୍‌ ରାସନ କାର୍ଡ କରୁନାହାନ୍ତି,ରାସନ ହଡ଼ପ କରିବା ଲକ୍ଷ୍ୟରେ ତାଙ୍କ ବାବୁମାନେ ଏହା ଲାଗୁ କରୁନାହାନ୍ତି।

ରତ୍ନଭଣ୍ଡାରକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଶାହ।ନବୀନ ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ କରିବା ପାଇଁ ପରିକ୍ରମା ପ୍ରକଳ୍ପ ଆଳରେ ମଠ ମନ୍ଦିର ଭାଙ୍ଗି ପଦା କରିଦେଲେ, ହେଲେ ଶ୍ରୀମନ୍ଦିର ୪ ଦ୍ବାର କେଉଁ କାରଣରୁ ଖୋଲୁନାହାନ୍ତି, ଶ୍ରଦ୍ଧାଳୁ ହଇରାଣ ହେଉଛନ୍ତି।

ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବ। ରତ୍ନଭଣ୍ଡାର ଅରିଜିନାଲ ଚାବି କୁଆଡ଼େ ଗଲା, ଡୁପ୍ଲିକେଟ ଚାବି କିଏ ତିଆରି କଲା ଓ କାହିଁକି କି କରିଥିଲା? ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଖୋଲା ଯାଇଛି କି ନାହିଁ, ରତ୍ନଭଣ୍ଡାର କମିଶନ ରିପୋର୍ଟ ବିଜେପି ଆସିଲେ ୬ ଦିନ ଭିତରେ ସାର୍ବଜନୀନ କରିବ।ରତ୍ନଭଣ୍ଡାର ହିସାବ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନ କରାଯିବ।

ରତ୍ନଭଣ୍ଡାର ହିସାବ ଖବରକାଗଜର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ଦିଆଯିବ।ଗରିବଙ୍କ ଚିଟ୍‌ଫଣ୍ଡ ଟଙ୍କା ଖାଇଥିବା ଲୋକଙ୍କୁ ସାବାଡ଼ କରାଯିବ,୧୮ ମାସ ମଧ୍ୟରେ ସେଭଳି ଲୋକଙ୍କୁ ଓଲଟା ଲଟକାଇ ସିଧା କରାଯିବ।

By Nirvay

Leave a Reply

Your email address will not be published. Required fields are marked *