ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ନୂଆ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର। ସେ କହିଛନ୍ତି, ବାହାର ଲୋକଙ୍କୁ ହଟାଅ, ଓଡ଼ିଆଙ୍କୁ ଆଣ। ଓଡ଼ିଶା ଫର ଓଡ଼ିଆ, ଅଫ ଓଡ଼ିଆ, ବାୟ ଓଡ଼ିଆ। ବାହାର ଲୋକ ଓଡ଼ିଶାରେ ଚାକିରି, ମାଇନିଂ ଓ ରାଜନୀତିକୁ ଅକ୍ତିଆର କରିଛନ୍ତି।

ବିମାନ ବନ୍ଦରରେ ନୂତନ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ତାରା ପ୍ରସାଦ ବାହିନୀପତିଙ୍କ ସମେତ ବହୁ ବରିଷ୍ଠ ନେତା ଓ ବିଧାୟକଙ୍କ ଉପସ୍ଥିତିରେ ବାଇକ ରାଲି କରି କଂଗ୍ରେସ ଭବନକୁ ପ୍ରଭାରୀଙ୍କୁ ପାଛୋଟି ଆଣିଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ଦଳର ବରିଷ୍ଠ ନେତା ଓ ବିଭିନ୍ନ କମିଟିର ସଦସ୍ୟଙ୍କ ସହ ସଂଗଠନ ଓ ଆସନ୍ତା ନିର୍ବାଚନ ରଣନୀତି ନେଇ ଆଲୋଚନା ହେବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *