ରାଜ୍ୟରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ପାଇଁ ଏଗ୍ରିଷ୍ଟାକ୍ (AgriStack) କାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସ୍ପଷ୍ଟ କରିଛନ୍ତି। ଏହାକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱକୁ ଦୂର କରି ମନ୍ତ୍ରୀ କହିଛନ୍ତି ଯେ, ଚାଷୀମାନଙ୍କ ସୁବିଧା ପାଇଁ ଏହି ୟୁନିକ୍ କାର୍ଡ ପ୍ରସ୍ତୁତ କରାଯାଉଛି, ମାତ୍ର ଏହା ବିନା ମଧ୍ୟ ଚାଷୀ ସହଜରେ ନିଜର ଧାନ ବିକ୍ରି କରିପାରିବେ। ସରକାର ପ୍ରଥମ ପର୍ଯ୍ୟାୟରେ ଅତିକମ୍ରେ ୧୦ ଲକ୍ଷ ଚାଷୀଙ୍କ ପାଇଁ ଏଗ୍ରିଷ୍ଟାକ୍ କାର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କାର୍ଡ ମାଧ୍ୟମରେ ଭବିଷ୍ୟତରେ ଧାନ ବିକ୍ରି, ସାର ସହ ଅନ୍ୟାନ୍ୟ ସରକାରୀ ସୁବିଧା ଚାଷୀମାନେ ଅତି ସହଜରେ ପାଇପାରିବେ। ତେବେ ଯେଉଁମାନଙ୍କ ପାଖରେ ବର୍ତ୍ତମାନ ଏହି କାର୍ଡ ନାହିଁ, ସେମାନଙ୍କ ଧାନ ବିକ୍ରିରେ କୌଣସି ପ୍ରକାର ସମସ୍ୟା ସୃଷ୍ଟି ହେବ ନାହିଁ। ଅନ୍ୟପଟେ ରାଜ୍ୟରେ ସାର ଯୋଗାଣ ଓ ମହଜୁଦ ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ୨ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ଗଚ୍ଛିତ ରହିଛି। ତେଣୁ ସାର ଯୋଗାଣକୁ ନେଇ କୌଣସି ଅସୁବିଧା ନାହିଁ ବୋଲି ସେ ଆଶ୍ୱାସନା ଦେଇଛନ୍ତି। Post navigation Heavy Rain Alert in Odisha: ଆସନ୍ତା ୧୩ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା Illegal Sale of Fertilizer in Balangir: ଆକ୍ସନ ମୋଡ୍ରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ; ୧୧୧ ଡିଲରଙ୍କୁ ଶୋ-କଜ୍ ନୋଟିସ୍