ମୁମ୍ବାଇ: ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ସର୍ଭିକାଲ କ୍ୟାନ୍ସର ହୋଇଥିଲା। ଏହି ସୂଚନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିଆଯାଇଛି । ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପୁନମ ପାଣ୍ଡେଙ୍କ ମ୍ୟାନେଜର ଏହି ସୂଚନା ଦେଇଛନ୍ତି। ଫେବ୍ରୁଆରି ୧ ତାରିଖ ରାତିରେ ସର୍ଭିକାଲ୍ କ୍ୟାନସରରେ ପୀଡିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

 

ପୁନମ ପାଣ୍ଡେ ଜଣେ ଲୋକପ୍ରିୟ ମଡେଲ ଥିଲେ । ୨୦୧୧ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଏକ ଭିଡିଓ ବାର୍ତ୍ତାରେ ଭାରତ ଫାଇନାଲ୍ ମ୍ୟାଚ୍ ଜିତିଲେ ସେ ଛଡ଼ାଇ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ତାଙ୍କ ଲୋକପ୍ରିୟତା ଆକାଶଛୁଆଁ ହୋଇଯାଇଥିଲା। ନିଜର ଦୁଃସାହସିକ ଦାବି ସହିତ ସେ ପ୍ରଥମ ଥର ପାଇଁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ପୁନମ ପାଣ୍ଡେ ୨୦୧୩ରେ ଫିଲ୍ମ ‘ନଶା’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *