ନୂଆଦିଲ୍ଲୀ: ବଲିଉଡ ଇଣ୍ଡଷ୍ଟ୍ରିରେ ଗ୍ଲାମର ଓ ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ପୁନମ୍ ପାଣ୍ଡେ ଜୀବିତ। ସେ ଜୀବିତ ଥିବା ନେଇ ଇନଷ୍ଟାଗ୍ରାମରେ ଭିଡିଓ ଜାରି କରିଛନ୍ତି। ସର୍ଭିକାଲ କ୍ୟାନ୍‌ସର ସଚେତନତା ପାଇଁ ଏପରି କରିଥିବା ସେ କହିଛନ୍ତି।

ଗତକାଲି ପୁନମଙ୍କ ଟିମ୍‌ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ। ସେହି ପୋଷ୍ଟରେ ପୁନମଙ୍କର ସର୍ଭାଇକାଲ କ୍ୟାନସରରେ ମୃତ୍ୟୁ ହୋଇଥିବା ତାଙ୍କ ମ୍ୟାନେଜର ଜଣାଇଥିଲେ । କିନ୍ତୁ ଆଜି ନିଜେ ପୁନମ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି ।

ପୋଷ୍ଟରେ ସେ କହିଛନ୍ତି ମୁଁ ବଞ୍ଚିଛି । ସମ୍ପୂର୍ଣ୍ଣ ସୁସ୍ଥ ଅଛି । ସର୍ଭାଇକାଲ କ୍ୟାନସର ମୋ ଜୀବନ ନେଇନି । କିନ୍ତୁ ଏହି କ୍ୟାନସର ଯୋଗୁଁ ଅନେକ ମହିଳା ଜୀବନ ହରାଉଛନ୍ତି । ସଚେତନ ହୁଅନ୍ତୁ । HPV ଭ୍ୟାକ୍ସିନ ନେବା ପାଇଁ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ପୁନମ । ସଚେତନତା ପାଇଁ ପୁନମ ଏଭଳି ମିଛ ଖବର ପ୍ରଚାର କରିଥିବା କହିଛନ୍ତି । ଅନ୍ୟପଟେ ଏହା ପୁନମଙ୍କ ପବ୍ଲିସିଟି ଷ୍ଟଣ୍ଟ ଥିଲା ବୋଲି ଚର୍ଚ୍ଚା ହେଉଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *