ବିଶିଷ୍ଟ ରେଡିଓ ଉପସ୍ଥାପକ ଅମିନ ସାୟାନିଙ୍କ ପରଲୋକ। ମୁମ୍ବାଇରେ ୯୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ପୁଅ ରାଜୀବ ସୂଚନା ଦେଇଛନ୍ତି। ଗତ ରାତିରେ ଅମିନ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ରିଲାଏନ୍ସ ହସପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ବିୟୋଗ ହୋଇଛି।

୧୯୩୨ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅମିନ ସାୟାନି ୬୦ ବର୍ଷ ଧରି ରେଡିଓରେ ସଂପୃକ୍ତ ଥିଲେ। ସେ ୫୦ ହଜାରରୁ ଅଧିକ ରେଡିଓ ପ୍ରୋଗ୍ରାମର ପ୍ରଡ୍ୟୁସର ଓ ଉପସ୍ଥାପକ ଥିଲେ। ଏହା ସହିତ ୨୦ରୁ ଅଧିକ ଜିଙ୍ଗଲ ଓ ବିଜ୍ଞାପନରେ ସ୍ୱର ଦେଇଥିଲେ। ୮୦ ଓ ୯୦ ଦଶକରେ ରେଡିଓ କହିଲେ ଏକ ପ୍ରକାର ଅମିନ ସାୟାନିଙ୍କୁ ବୁଝାଯାଉଥିଲା କହିଲେ ଭୁଲ୍ ହେବନି। ବିଶେଷ କରି ଗୀତମାଲା କାର୍ଯ୍ୟକ୍ରମ ପାଇଁ ସେ ସାରା ଦେଶରେ ପରିଚିତ ହୋଇପାରିଥିଲେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *