ଆଜି ବଡ଼ଦାଣ୍ଡରୁ ହଟାଯାଉଛି ଏସି ଟନେଲ୍ ସେଡ । ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ଥିବା ବ୍ୟାରିକେଡ୍ ଖୋଲା କାର୍ଯ୍ୟ ଜାରିରହିଛି। । ଏଥିରେ ଲାଗିଥିବା ଏୟାରକଣ୍ଡିସନ୍ ମେସିନକୁ ଖୋଲାଯାଇଛି। ବ୍ୟାରିକେଡ କଢା ଯାଉଛି। ଆଗାମୀ ୧୫ ତାରିଖ ଭିତରେ ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରଥ ନିର୍ମାଣରେ ବାଧା ହେଉଥିବାରୁ ହଟାଯାଇଥିବ ସୂଚନା। ଭକ୍ତଙ୍କ ସୁବିଧା ନିମନ୍ତେ ସରକାରଙ୍କ ପକ୍ଷରୁ ବଡ଼ଦାଣ୍ଡରେ ଏସି ଟନେଲ୍ ସେଡ ନିର୍ମାଣ କରାଯାଇଥିଲା। ଫଳରେ ଭକ୍ତମାନେ ଏସି ସେଡରେ ଆସିବା ସହ ବ୍ୟାରିକେଡରେ ଯାଉଥିଲେ। ତେବେ ରଥ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ରାସ୍ତାର ଗୋଟିଏ ପାର୍ଶ୍ୱରେ ଏସି ଶେଡ୍ ରହିଥିବାବେଳେ ଗୋଟିଏ ପାର୍ଶ୍ୱରେ ରଥ ନିର୍ମାଣ କାଠ ଗଦା ହୋଇରହିଛି। ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇ ପ୍ରବଳ ଗହଳି ହେଉଥିଲା। ଏପରିକି ଟ୍ରାଫିକରେ ଆମ୍ବୁଲାନ୍ସ ଫସି ରହୁଥିଲା। ରଥଯାତ୍ରାକୁ ଆଉ ୧ ମାସରୁ କମ୍ ସମୟ ଥିବାବେଳେ ବର୍ତ୍ତମାନଠାରୁ ଏସି ଶେଡ୍ ଖୋଲା କାର୍ଯ୍ୟ ଜାରି ରହିଛି। ଚଳିତ ମାସ ୨୨ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ସ୍ନାନଯାତ୍ରାରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ସେହିପରି ପରମ୍ପରା ଅନୁଯାୟୀ ଉକ୍ତ ଦିନ ତିନି ରଥର ଚାରିନାହାକା ଉଠିଥାଏ। ତେଣୁ ଯେପରି ରଥକାର୍ଯ୍ୟ ଓ ଭକ୍ତଙ୍କ ଯାତାୟାତରେ କୌଣସି ସମସ୍ୟା ନ ହେବ ତାହାକୁ ଦୃଷ୍ଟିରେ ରଖାଯାଇ ଏସି ଶେଡ୍ ଖୋଲାଯାଉଛି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥଚକଗୁଡିକ ରଖିବା ନିମନ୍ତ ସ୍ଥାନ ସଂକୀର୍ଣ୍ଣ ହୋଇପଡ଼ିଛି। ଲୋକଙ୍କଠାରୁ ଆରମ୍ଭ କରି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀମାନେ ଯାତାୟତରେ ସମସ୍ୟା ଭୋଗୁଛନ୍ତି। ଅପରପକ୍ଷରେ ସ୍ନାନପୂର୍ଣ୍ଣମା ଓ ରଥଯାତ୍ରା ପାଖେଇଆସୁଛି। ଏସି ଶେଡ୍ କାଢିବା କାମ ଟାଇମ ଟେକିଂ ହୋଇଥିବାରୁ ଏବେଠାରୁ ବ୍ୟାରିକେଡ୍କୁ କଢାଯାଉଛି। ସେହିପରି ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ରଥଯାତ୍ରାକୁ ଦୃଷ୍ଟିରେ ରଖି ଏସି ଶେଡ୍ କଢାଯାଉଛି। ଅନ୍ୟପକ୍ଷରେ ଏସି ଶେଡ୍ ନିର୍ମାଣ ଫଳରେ ଶ୍ରୀମନ୍ଦିର ଚାରିପାଖରେ ରହୁଥିବା ବାସିନ୍ଦା ସମସ୍ୟାର ସମ୍ମୁଖୀନ ହେଉଥିଲେ। ରଥ ନିର୍ମାଣ ପାଇଁ ରଥ କାଠ ଗୋଟିଏ ପାର୍ଶ୍ୱରେ ରହିଛି। ରଥଖଳାକୁ ମଧ୍ୟ ବୁହା ହୋଇ ଆସୁଛି। ଅପରପାର୍ଶ୍ୱରେ ଏସି ଶେଡ୍ ରହିଛି। ଫଳରେ ଯାତାୟତରେ ସମସ୍ୟା ଦେଖାଯାଉଛି। ଟ୍ରାଫିକ ସମସ୍ୟା ଉପୁଜୁଛି। Post navigation ପାଣ୍ଡିଆନଙ୍କ ଗର୍ବ, ଅହଂକାର ଓ ଆତ୍ମବଡ଼ିମାର ପତନ ଲୋକଙ୍କ ଉପରେ ମହଙ୍ଗା ମାଡ଼: ଡାଲି, ତେଲ ଦର ପରେ ବଢ଼ିଛି ପରିବା ଦର