ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାରରୁ ତିନୋଟି ରତ୍ନ ଅଳଙ୍କାର ହଜିବାକୁ ଘଟଣାକୁ ନେଇ ସିଂହଦ୍ୱାର ଥାନା ଦ୍ବାରସ୍ଥ ହୋଇଛନ୍ତି ଶ୍ରୀଜଗନ୍ନାଥ ସେନା । ଅଳଙ୍କାର ହଡ଼ପ ବା ଲୁଟ ଅଭିଯୋଗ କରି ସିଂହଦ୍ୱାର ଥାନାରେ ଏତଲା ଦେଲା ଶ୍ରୀ ଜଗନ୍ନାଥ ସେନା ।

ବାହାର ରତ୍ନଭଣ୍ଡାର ଗଣତିର ଶେଷ ଦିନ ଅର୍ଥାତ୍ ଗତ ୧୧ ଏପ୍ରିଲରେ ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ଅଧ୍ୟକ୍ଷ ତଥା ସୁପର ଭାଇଜିଂ କମିଟି ସଦସ୍ୟ ଜଷ୍ଟିସ ବିଶ୍ୱନାଥ ରଥଙ୍କ ପ୍ରତିକ୍ରିୟାରୁ ୩ ଅଳଙ୍କାର ମିସିଂ ହୋଇଥିବା କଥା କହିଥିଲେ । କାଳେ ରତ୍ନଭଣ୍ଡାରରେ ରହିଥାଇପାରେ ବୋଲି କହିଥିଲେ । ଏହାକୁ ନେଇ ଆଜି ଥାନାରେ ଏତଲା ଦେଇ ଘଟଣାର ତଦନ୍ତ କରାଯାଇ ଦୋଷୀ ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

ସେ ଅଭିଯୋଗ କରିଛି ଯେ ବାହାର ରତ୍ନଭଣ୍ଡାରରୁ ତିନୋଟି ରତ୍ନ ଅଳଙ୍କାର ଗାଏବ ହେଲା କେମିତି। ୧୯୭୮ରେ ରତ୍ନ ଅଳଙ୍କାର ତାଲିକାରେ ଥିବା ୧୧୮ ପ୍ରକାର ଅଳଙ୍କାର ମଧ୍ୟରୁ ୩ଟି ଅଳଙ୍କାର ମିସିଂ ଥିବା କହିଥିଲେ । ଏବଂ ଅଳଙ୍କାର ବର୍ଦ୍ଧିତ ୨୦୨୬ ଗଣନାରେ ୧୪୭ ପହଞ୍ଚିଛି । ଏହି ରତ୍ନ ଅଳଙ୍କାର ଚୋରୀ ହୋଇଯାଇଛି । ଯେତେବେଳେ ବାହାର ରତ୍ନଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା ସେହି ସମୟରେ କାହିଁକି ଗଣତି କରାଯାଇନଥିଲା‌ ଏଣୁ ରତ୍ନ ଅଳଙ୍କାର ଗାଏବ ହେବା ଘଟଣାକୁ ନେଇ ଏବେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଏବେ ବେଶ୍ ଆଘାତ ଦେଇଛି । ରତ୍ନ ଅଳଙ୍କାର ଗାଏବ ହୋଇନାହିଁ ଏହାକୁ ଚୋରି କରାଯାଇଥିବା ସନ୍ଦେହ ହେଉଛି ବୋଲି କହିଛନ୍ତି ପ୍ରିୟଦର୍ଶନ।

ସେ ଆଉ ମଧ୍ୟ କହିଛନ୍ତି ଏହା ଚର୍ଚ୍ଚାର ପରିସରକୁ ଆସିବା ପରେ ଏହି ଘଟଣାକୁ ଚପାଇ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ କରୁଛି। ଏଣୁ ସରକାର ସମସ୍ତ ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।‌

Leave a Reply

Your email address will not be published. Required fields are marked *