ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବ୍ଲକ ଛକରେ ବିଜୁବାବୁ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଘଟଣାରେ ପୋଲିସ ଜଣକୁ ଅଟକ ରଖିଛି । ଜଣେ ମାନସିକ ବିକାରଗ୍ରସ୍ତ ନିଆଁ ଲଗାଇଥିବା ଜଣା ପଡ଼ିଛି ।  ମାନସିକ ବିକାରଗ୍ରସ୍ତ ଥିବା ବ୍ୟକ୍ତି ଜଣକ ହେଲେ ଯୁଗଳ କୁମାର ସାହୁ ସେ କିଛି ଦିନ ହେଲା ସମ୍ପୃକ୍ତ ଅଞ୍ଚଳରେ ବୁଲାବୁଲି କରୁଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ଅନ୍ୟପଟେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣାକୁ ନିନ୍ଦା କରିଛି ବିଜେଡି । ଆଜି ସାମ୍ୱାଦିକ ସମ୍ମିଳନୀ ମଧ୍ୟମରେ ବିଜେଡି କହିଛି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଦିଆଯିବାକୁ ହୀନ ପ୍ରୟାସ କରାଯାଇଛି । ବିଜୁ ବାବୁଙ୍କ କଥା ଲିଭାଇବା ପାଇଁ ଲଗାତର ଭାବେ ଚେଷ୍ଟା କରାଯାଉଛି । ଏହା ଅକ୍ଷମଣୀୟ ଅପରାଧ । ତୁରନ୍ତ ଗିରଫ କରାଯାଉ ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେଡି ଆଉ ମଧ୍ୟ କହିଛି ସରକାର ଦୁର୍ବଳ ହୁଏ ସେତେବେଳେ ପ୍ରଶାସନ ଦୁର୍ବଳ ହୁଏ । ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିକୁ ଆକ୍ରମଣ କରାଯାଉଛି । ଅପରାଧି ମାନେ ବହୁତ ଚାଲାକ ।  ସରକାର ଦୁର୍ବଳ ଦେଖି ଅପରାଧି ମାତିଛନ୍ତି । ମାର୍ଚ୍ଚ ୫ ଜନ୍ମ ଜୟନ୍ତୀରେ ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ବେକକୁ କାଟି ଦିଆଗଲା । ଆସନ୍ତା ୧୭ରେ ତିରୋଧାନ ଦିବସ ପୂର୍ବରୁ ପ୍ରତିମୂର୍ତ୍ତି ଜାଳି ଦିଆଗଲା । ଏହା ସୁଚିନ୍ତିତ ଯୋଜନା ।

ସୂଚନା ଯୋଗ୍ୟ, ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବ୍ଲକ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଆଜି ସକାଳୁ ନିଆଁ ଲାଗିଥିବା କିଛି ସ୍ଥାନୀୟ ଲୋକ ଦେଖିଥିଲେ । ଏ ନେଇ ପାଟଣାଗଡ଼ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା । ପ୍ରତିମୂର୍ତ୍ତିରେ ଘୋଡ଼ା ଯାଇଥିବା ଜରି ପାଲ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି ।

 

Leave a Reply

Your email address will not be published. Required fields are marked *