ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିଅଧ୍ୟାୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ନାହିଁ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ୩ ଦିନ ବର୍ଷାରୁ ମିଳିବ ଆଶ୍ୱସ୍ତି। ୨ ତାରିଖ ପରେ ପୁନର୍ବାର ବର୍ଷା ହୋଇପାରେ।

ମନ୍ତ୍ରୀ କହିଛନ୍ତି ଉପରମୁଣ୍ଡରେ ବର୍ଷା କମିଥିବାରୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି। କିନ୍ତୁ ମହାନଦୀର ମୁଣ୍ଡଳୀ ଠାରେ ଜଳପ୍ରବାହ ବଢ଼ିବାରେ ଲାଗିଛି।ମୁଣ୍ଡୁଳୀରେ ସନ୍ଧ୍ୟା ସୁଦ୍ଧା ୯ ଲକ୍ଷ କ୍ୟୁସେକ ଜଳ ପ୍ରଭାହିତ ସମ୍ଭାବନା ରହିଛି। ଏଥି ସହିତ ଯାଜପୁର ଜିଲ୍ଲାରେ ୨ଟି ଘାଇ ହୋଇଛି । ପ୍ରଶାସନ ପକ୍ଷରୁ ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା, ସରକାରୀ ପରାମର୍ଶ ମାନିବା ଏବଂ କୌଣସି ଗୁଜବକୁ ବିଶ୍ୱାସ ନକରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *