ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ବଢ଼ିଲା ଅଡୁଆ । ଅରୁଣଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି । ହାଇକୋର୍ଟରେ ଚାଲିଥିବା ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ହେବ । ବିନା ଶୁଣାଣିରେ ନିର୍ବାଚନ ଅନିୟମିତତା ମାମଲା ଖାରଜ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୬ ମାସ ମଧ୍ୟରେ ନିର୍ବାଚନ ଅନିୟମିତତା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ରାୟ ଶୁଣାଣିରେ ମାମଲା ଖାରଜ କରିବାକୁ ମନା କରିଥିଲେ ହାଇକୋର୍ଟ । ଏହାପରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ବିଧାୟକ ଅରୁଣ ସାହୁ । Post navigation ACF Soumya Ranjan Death Case: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ ପୂର୍ବତନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା