ଚଳିତ ବର୍ଷର ରଥଯାତ୍ରାରେ ଏମିତି ଏକ ଘଟଣା ଘଟିଲା, ଯାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ବ୍ୟଥିତ କରିଦେଇଥିଲା । ପହଣ୍ଡି ବେଳେ ବିନା ଟାହିଆରେ ରଥାରୂଢ଼ ହୋଇଥିଲେ ଜଗତର ନାଥ ଜଗନ୍ନାଥ। ଏହାକୁ ନେଇ ଚାରିଆଡେ ନାନା ଚର୍ଚ୍ଚା ହୋଇଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ପତିକ୍ରିୟା ରଖିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ।

ସେ କହିଛନ୍ତି ମହାପ୍ରଭୁ କାଳିଆ ସାଆନ୍ତ ରତ୍ନବେଦୀରୁ ଆସିବା ପରେ ଆନନ୍ଦ ବଜାର ଗୁମୁଟରୁ ଜମାବି ହଲିନଥିଲେ । ପ୍ରବଳ ବର୍ଷା ଯୋଗୁଁ ଟାହିଆ ଓଜନ ଅଧିକ ବଢ଼ି ଯାଇଥିଲା । ବାହୁବଳୀ ସେବାୟତମାନେ ସମସ୍ତ ଶକ୍ତି ଲଗାଇଥିଲେ, କିନ୍ତୁ ମହାପ୍ରଭୁଙ୍କୁ ଆଗକୁ ଆଣିପାରି ନଥିଲେ। ବାହୁବଳୀମାନଙ୍କ ପତିଆରା ଭାଙ୍ଗି ଚୁରମାର ହୋଇଯାଇଥିଲା । ୪୦ ମିନିଟ୍ ଧରି ମହାପ୍ରଭୁ ବାଇଶି ପାହାଚକୁ ସଂଯୋଗ କରୁଥିବା ଆନନ୍ଦ ବଜାର ଗୁମୁଟ ଭିତରେ ଅଟକି ଯାଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ ମହାପ୍ରଭୁଙ୍କୁ ପହଣ୍ଡି କରୁଥିବା ସେବାୟତମାନେ ମହାପ୍ରଭୁଙ୍କ ଭାର ବି ସହିପାରିନଥିଲେ । ଅଧିକ ଓଜନ ଯୋଗୁଁ ଖୋଲାଯାଇଥିଲା ଜଗନ୍ନାଥ ମହାପ୍ରଭୁଙ୍କ ଟାହିଆ। ଯଦି ଟାହିଆ ଖୋଲା ନଯାଇଥିଲେ ମହାପ୍ରଭୁ ରଥକୁ ଆସି ପାରିନଥାନ୍ତେ ।

 

Leave a Reply

Your email address will not be published. Required fields are marked *