ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପର ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି। ଏହାରି ମଧ୍ୟରେ ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୭% ଅଧିକ ବର୍ଷା ରେକର୍ଡ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।

ସେ କହିଛନ୍ତି ୧ ଜୁଲାଇରୁ ଆଜି ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାରେ ରାଜ୍ୟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି, ଯାହା ଫଳରେ କିଛି ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି।

ସାପୁଆ ନଦୀରେ ବନ୍ୟା ଯୋଗୁଁ ମଧୁସୂଦନପାଟଣା ଏବଂ କାକୁଡିଆ ଗାଁରେ ପାଣି ଜମା ହୋଇଛି। ବାଲେଶ୍ୱର ଜିଲ୍ଲାର ମଥାନିରେ ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଛି।

ଯଦି ସାପୁଆ ନଦୀରେ ଜଳସ୍ତର ଆହୁରି ବୃଦ୍ଧି ପାଏ, ତେବେ ଢେଙ୍କାନାଳ ଏବଂ ଆଠଗଡ଼ ଅଞ୍ଚଳ ପ୍ରଭାବିତ ହେବାର ସମ୍ଭାବନା ଅଛି। ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଆସନ୍ତାକାଲି ସୁଦ୍ଧା ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଦିଲ୍ଲୀପ ରାଉତ ଆଉ ମଧ୍ୟ କହିଛନ୍ତି ଜଳସ୍ତର ବୃଦ୍ଧିକୁ ନଜରରେ ରଖି ପ୍ରଶାସନ ସତର୍କ ରହିଥିବା ବେଳେ ନଦୀକୂଳବର୍ତ୍ତୀ ଲୋକଙ୍କୁ ସଚେତନ ରହିବା ସହ ଆବଶ୍ୟକ ନହେଲେ ନଦୀ ନିକଟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଲଗାଣ ବର୍ଷା ଜାରି ରହିଲେ ସ୍ଥିତି ଆହୁରି ଗୁରୁତର ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *