ବିଜେପିରେ ମିଶିଲେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ତାଙ୍କ ସ୍ୱାମୀ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ । ଭଦ୍ରକର ପ୍ରଭାବଶାଳୀ ‘ମଣ୍ଡଳ ଦମ୍ପତି’ ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ତାଙ୍କ ସହ ସୁବାସିନୀ ସାହୁ ମଧ୍ୟ ଦଳରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ମୁକ୍ତିକାନ୍ତ ଏବଂ ମଞ୍ଜୁଲତା । ଚଳିତ ବର୍ଷ ଅପ୍ରେଲ ମାସରେ ଉଭୟ ବିଜେଡିରୁ ନିଲମ୍ବିତ ହୋଇଥିଲେ । Post navigation Bridge Safety Check Order in Odisha: ବର୍ଷା ପାଇଁ ରାଜ୍ୟର ସବୁ ବ୍ରିଜର ହେବ ସ୍ଥିତି ଯାଞ୍ଚ Waterlogging in Urban Areas due to Monsoon Rains: Odisha Govt puts ULBs on High Alert