ନୟାଗଡ ଜିଲ୍ଲାର ଅତିରିକ୍ତ ପୋଲିସ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ପୂର୍ବତନ ସାଂସଦ ଏବଂ ବିଜେପି ଜାତୀୟ ପରିଷଦ ସଦସ୍ୟ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ଚିଠି ମଧ୍ୟରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଅଭିଯୋଗ କରିଛନ୍ତି ଯେ ଜ୍ୟୋତିରଞ୍ଜନ ସାମନ୍ତରାୟ ବହୁ ଦୁର୍ନୀତି ଏବଂ ସରକାରୀ କ୍ଷମତାର ଅପବ୍ୟବହାରରେ ଜଡିତ ଅଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ, ଅଧିକାରୀ ଜଣକ ଜନସାଧାରଣଙ୍କଠାରୁ ବେଆଇନ ଭାବରେ ଟଙ୍କା ନେଉଛନ୍ତି। ତେଣୁ ଜ୍ୟୋତିରଞ୍ଜଙ୍କ ବିରୁଦ୍ଧରେ କଠୋର ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନୟାଗଡା ଜିଲ୍ଲା ବାହାରକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି ପ୍ରତ୍ୟୁଷା ରାଜେଶ୍ୱରୀ। Post navigation Amit Shah to Visit Odisha: ଆସନ୍ତା ୩ ତାରିଖରେ ଓଡ଼ିଶା ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ Odisha CM Releases Books on Speaker Surama Padhy: ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଚସ୍ପତି ସୁରମା ପାଢୀଙ୍କ ଉପରେ ଦୁଇଟି ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ