କେନ୍ଦ୍ରାପଡ଼ା ରାମନଗର ବିଜେପି କର୍ମୀ ତଥା ବୁଥ ସଭାପତି ତପନ ଦାସଙ୍କୁ ପିଟିପିଟି ହତ୍ୟା। କଥା କଟାକଟିକୁ ନେଇ ଇଟା ଓ କାଠ ଫାଳିଆ ମାଡ଼ରେ ତପନ ଦାସଙ୍କ ମୃତ୍ୟୁ ହୋଇଛି। ହତ୍ୟା ପରେ ତାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହା ସହ ଏକ ମାମଲା ରୁଜୁ କରି ଜଣଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। Post navigation 14th MAMSG Meeting of Odisha Police begins in Bhubaneswar Tamil Nadu Gas Tragedy: Death toll of Odia Workers rises to 8