ଭିଜିଲାନ୍ସ ଜାଲରେ ସମ୍ବଲପୁର ସିଏଡିଏ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି (ସିଏଡିଏ)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ।

କଟକ, ବାଲେଶ୍ୱର, ସମ୍ବଲପୁର, ମାଲକାନଗିରିର ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ।  ସମ୍ବଲପୁରର ଧନୁପାଲିସ୍ଥିତ ପଦ୍ମଲୋଚନ ନାୟକଙ୍କ ଭଡ଼ା ଘର, କଟକ ଜିଲ୍ଲା ବିଦ୍ୟାଧରପୁରରେ ତିନିମହଲା ଆବାସିକ କୋଠା, ବାଲେଶ୍ୱର ଜିଲ୍ଲା ବସ୍ତା ଅନ୍ତର୍ଗତ ମୁଖାଲିସ୍ ଠାରେ ଦୁଇ ମହଲା ଆବାସିକ ଘର, ସମ୍ବଲପୁରର ଧନୁପାଲିସ୍ଥିତ ଅଫିସ୍ ଚାମ୍ବରରେ ଚଢ଼ାଉ କରାଯିବ ସହ କଟକ ସହରରେ ଥିବା ତାଙ୍କ ୨ସହଯୋଗୀଙ୍କ ବାସଭବନ ଓ ମାଲକାନଗିରିର କାଲିମେଲା ଠାରେ ତାଙ୍କର ସହଯୋଗୀଙ୍କର ଗୋଟିଏ ସ୍ଥାନରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି ଭିଜିଲାନ୍ସ ।

ଏହି ଚଢାଉରେ ଓଡ଼ିଶା ଭିଜିଲାନ୍ସର ୪ଜଣ ଡିଏସ୍‌ପି, ୧୩ଜଣ ଇନ୍ସପେକ୍ଟର, ୭ଜଣ ଏଏସ୍‌ଆଇ ଏବଂ ଅନ୍ୟାନ୍ୟ ସହାୟକ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *