ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ ଦେଇ ପାହାଡ଼ପୁର, ରାଇରଙ୍ଗପୁରକୁ ଆସିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ସହ ଦେଶ ପ୍ରତି ଥିବା ନିଜର ଭଲପାଇବା ପାଇଁ ଧନ୍ୟବାଦ ଜଣାଇଥିଲେ । ଓଡ଼ିଶା ପାଇଁ ଆଜି ଅନେକ ଉନ୍ନତି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ହୋଇଛି । ସେଥିମଧ୍ୟରୁ ମୟୂରଭଞ୍ଜ ପାଇଁ ଥିବା ବିକାଶ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ ସାମିଲ ।ରାଷ୍ଟ୍ରପତି କହିଲେ, ପ୍ରଧାନମନ୍ତ୍ରୀଙ୍କ ମୋ ଛୋଟ ଗାଁକୁ ଆସିବା ମାଟି ପ୍ରତି ତାଙ୍କର ମୋହକୁ ପ୍ରମାଣ କରୁଛି । ଜନଜାତି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଅନେକ ଯୋଜନା ଓ ସୁବିଧା ପ୍ରଦାନ କରିଛନ୍ତି, ଯାହାଦ୍ବାରା ସ୍ଥାନୀୟ ଜନଜାତି ଲୋକେ ବେଶ୍ ଉପକୃତ ହେବେ ବୋଲି ରାଷ୍ଟ୍ରପତି କହିଛନ୍ତି । ଯେଉଁସ୍ତରକୁ ଗଲେ ବି ସେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ।ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇ ସେ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ସମୟ ଧରି ଶାସନ କରିବା ନେଇ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ପାଇଁ ବିଶ୍ବରେ ଭାରତର ସମ୍ମାନ ବଢ଼ିଛି ବୋଲି ରାଷ୍ଟ୍ରପତି କହିଥିଲେ । କୋଭିଡ ମହାମାରୀ ସମୟରେ ସାରା ବିଶ୍ୱକୁ ଟୀକା ପ୍ରଦାନ କରି ଭାରତ ଏକ ଆଦର୍ଶ ସ୍ଥାପନ କରିଛି ବୋଲି ରାଷ୍ଟ୍ରପତି କହିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକୁ ପ୍ରଶଂସା କରି ରାଷ୍ଟ୍ରପତି କହିଥିଲେ, ତାଙ୍କ ନେତୃତ୍ବରେ ରାଜ୍ୟକୁ ବହୁ ପୁଞ୍ଜି ଆସିଛି ଏବଂ ସମସ୍ତ ବର୍ଗର ଲୋକଙ୍କ ବିକାଶ ପାଇଁ ସେ ନିରନ୍ତର ଉଦ୍ୟମ କରୁଛନ୍ତି । ଜନଜାତି ଲୋକଙ୍କ ଜୀବନଶୈଳୀକୁ ସମସ୍ତେ ଅନୁସରଣ କରିବା ଉଚିତ ବୋଲି ସେ ମତ ରଖିଥିଲେ । Post navigation PM Modi Highlights State Govt’s Development Agenda: ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତିରେ ମୋଦିଙ୍କ ବିକାଶ ମନ୍ତ୍ର President Murmu, PM Modi offer prayers at Sacred Tribal Sites in Pahadpur