କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ବିବାଦୀୟ ମାମଲାର ପ୍ରକୃତ ସତ୍ୟାସତ୍ୟ ପରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସରକାର ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଠାରୁ ସବିଶେଷ ରିପୋର୍ଟ ତଲବ କରିଛନ୍ତି। କେନ୍ଦ୍ରାପଡ଼ା ଏସପିଙ୍କୁ ଏହି ଘଟଣାର ସମ୍ପୂର୍ଣ୍ଣ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ କୁହାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। Post navigation Raja Festival 2026: ଆଜି ଓଡ଼ିଶାର ଗଣପର୍ବ ‘ରଜ’