3 Odia Cricketers Named in India’s Probable Squad for Blind Cricket Asia Cup

ଦୃଷ୍ଟିବାଧିତ ଏସିଆ କପ୍ କ୍ରିକେଟ୍ ପାଇଁ ଭାରତର ୨୪ ଜଣିଆ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଛନ୍ତି ୩ ଜଣ ଓଡ଼ିଆ କ୍ରିକେଟର । ଏହା ଓଡ଼ିଶାର ଦୃଷ୍ଟିବାଧିତ କ୍ରିକେଟ୍‌ ପାଇଁ ଏକ ଗର୍ବର ବିଷୟ ହୋଇଛି ।

ସମ୍ଭାବ୍ୟ ଦଳରେ କୋରାପୁଟର ନକୁଳ ବଡ଼ନାୟକ ଓ ସୁଖରାମ ମାଝୀ ସ୍ଥାନ ପାଇଥିବା ବେଳେ କଟକର ଦେବରାଜ ବେହେରାଙ୍କୁ ମଧ୍ୟ ସୁଯୋଗ ମିଳିଛି । ଏହି ତିନି ଓଡ଼ିଆ କ୍ରିକେଟର ନିଜ ପ୍ରତିଭା ଓ ପ୍ରଦର୍ଶନ ବଳରେ ଜାତୀୟ ସ୍ତରରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଛନ୍ତି ।

୨୪ ଜଣିଆ ସମ୍ଭାବ୍ୟ ଦଳରେ ସ୍ଥାନ ପାଇବା ପରେ ଏହି ତିନି ଖେଳାଳି ଦେଶ ପାଇଁ ଖେଳିବା ସହ ଏସିଆ କପ୍‌ରେ ଓଡ଼ିଶାର ଗୌରବ ବଢ଼ାଇବେ ବୋଲି ଆଶା କରାଯାଉଛି ।

By Nirvay

Leave a Reply

Your email address will not be published. Required fields are marked *