ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଚାଲିଥିବା ଦୁଇଦିନିଆ ବିଆରଆଇସିଏସ୍ (BRICS) ସମ୍ମିଳନୀ ୨୦୨୬ର ଆଜି ଶେଷ ଦିନ। ସେପ୍ଟେମ୍ବର ୧୨ରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ଗ୍ଲୋବାଲ୍ ଗଭର୍ଣ୍ଣାନ୍ସ, ବହୁପାକ୍ଷିକତା ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଚର୍ଚ୍ଚା ଚାଲିଛି। ସମ୍ମିଳନୀ ଶେଷରେ ‘ନୂଆଦିଲ୍ଲୀ ଘୋଷଣାପତ୍ର’ ଜାରି କରାଯିବ। ସକାଳର କାର୍ଯ୍ୟସୂଚୀ ଅନୁଯାୟୀ, ସକାଳ ୯ ଟା ୫୫ରେ BRICS ସଦସ୍ୟ ଦେଶ, ପାର୍ଟନର ଦେଶ ଏବଂ ଆଉଟ୍ରିଚ୍ ସମ୍ମିଳନୀ ପାଇଁ ଆମନ୍ତ୍ରିତ ଦେଶଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷ ଓ ଶାସନାଧ୍ୟକ୍ଷମାନେ ଭାରତ ମଣ୍ଡପମ୍ର ଲେଭଲ୍-୨ରେ ପହଞ୍ଚିବେ। ସକାଳ ୧୦.୩୫ରେ ଭାରତ ମଣ୍ଡପମ୍ର ଲେଭଲ୍-୨ରେ BRICS ନେତାମାନଙ୍କର ଆନୁଷ୍ଠାନିକ ‘ଫ୍ୟାମିଲି ଫୋଟୋ’ ସେସନ୍ ଅନୁଷ୍ଠିତ ହେବ। ସକାଳ ୧୦.୫୦ରେ BRICSର ମୁଖ୍ୟ ଓପନ୍ ସେସନ୍ ଆରମ୍ଭ ହେବ। BRICS ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ଟି ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ପୃଥକ ପୃଥକ ଦ୍ୱିପାକ୍ଷିକ ବୈଠକ କରିବେ । ଅପରାହ୍ଣ ୨ ଟା ୩୦ କାଜାଖସ୍ତାନ ରାଷ୍ଟ୍ରପତି କାସିମ୍-ଜୋମାର୍ଟ ଟୋକାୟେଭ୍ , ଅପରାହ୍ଣ ୩ ଟା ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍. ମାର୍କୋସ ଜୁନିୟର, ଅପରାହ୍ଣ ୩.୩୦ରେ ମିଶର ରାଷ୍ଟ୍ରପତି ଅବଦେଲ ଫତାହ ଅଲ-ସିସି ଓ ସନ୍ଧ୍ୟା ୪ ଟା ୧୦ରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ମାତାମେଲା ସିରିଲ ରାମାଫୋସା। Post navigation Blind Cricket Asia Cup: ଦୃଷ୍ଟିବାଧିତ ଏସିଆ କପ୍ ପାଇଁ ଭାରତର ସମ୍ଭାବ୍ୟ ଦଳରେ ୩ ଓଡ଼ିଆ Sambalpur Police Encounter: ସମ୍ବଲପୁରରେ ପୋଲିସ ଏନକାଉଣ୍ଟର: ୨୪ରୁ ଅଧିକ ମାମଲାରେ ସଂପୃକ୍ତ ମହମ୍ମଦ ଇରଫାନ୍ ଆହାତ