ଘର ଭଡ଼ା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ସୁରକ୍ଷା ଆଣିବାକୁ ରାଜ୍ୟ ସରକାର ଆଣୁଛନ୍ତି ନୂଆ ଆଇନ। ଓଡ଼ିଶା ସରକାର ସହରାଞ୍ଚଳ, ବିଶେଷକରି ରାଜ୍ୟ ରାଜଧାନୀକୁ ସ୍ଥାନାନ୍ତରିତ ହେଉଥିବା ଲୋକଙ୍କୁ ସୁଲଭ ଭଡା ବାସସ୍ଥାନ ଯୋଗାଇବା ପାଇଁ ଏକ ନୂତନ ଭଡା ଗୃହ ନୀତି ପ୍ରଣୟନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଭଡ଼ା ଘର ଯୋଗାଇ ଦେବାକୁ ସରକାର ପଲିସି ଆଣିଛନ୍ତି । ରାଜଧାନୀକୁ ଅନେକ ଲୋକ ଆସୁଛନ୍ତି, ସେମାନଙ୍କୁ ଭଡ଼ା ଘର ମିଳୁନି । ତେଣୁ ବସ୍ତି ବଢ଼ୁଛି, ବସ୍ତି ନ ବଢ଼ିବା ପାଇଁ ଘର ଯୋଗାଇ ଦେବେ ସରକାର । ଏଥିସହ ସରକାର ଆୱାସ ଯୋଜନାରେ ଘର କରି ଭଡ଼ାରେ ଦେବେ । ସବୁ ସହରାଞ୍ଚଳରେ ରେଣ୍ଟାଲ ହାଉସ୍ ତିଆରି କରାଯିବ । ‘ଅବ୍ୟବହୃତ ଘର ଚିହ୍ନଟ କରି କମ୍‌ ରେଟ୍‌ରେ ଭଡ଼ା ଦିଆଯିବ।

 

 

 

Leave a Reply

Your email address will not be published. Required fields are marked *