Naveen Patnaik to Lead BJD’s Big Meet on June 10 at Shankha Bhavan
ଆସନ୍ତା ଜୁନ୍ ୧୦ ତାରିଖ, ଅପରାହ୍ନ ୪ ଘଟିକା ସମୟରେ ଭୁବନେଶ୍ଵରସ୍ଥିତ ଶଙ୍ଖ ଭବନରେ ବିଜୁ ଜନତା ଦଳର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଦଳ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ ।
 
ଗତ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରେ ପ୍ରାର୍ଥୀ କିମ୍ବା ପ୍ରାର୍ଥୀନୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ବିଜୟୀ ହୋଇନଥିବା ସମସ୍ତ ନେତା-ନେତ୍ରୀଙ୍କୁ ନେଇ ଏହି ବୈଠକ ଡକାଯାଇଛି । ବୈଠକରେ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ ଓ ରଣନୀତି ସମ୍ପର୍କରେ ବିସ୍ତୃତ ବିଚାରବିମର୍ଶ ହେବ ।
 
ସଂଗଠନକୁ ତୃଣମୂଳ ସ୍ତରୁ ମଜଭୁତ କରିବା, କର୍ମୀଙ୍କ ମନୋବଳ ବୃଦ୍ଧି ଏବଂ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ଵ ଦିଆଯିବ ବୋଲି ଆଶା କରାଯାଉଛି ।
 
ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହେଉଥିବା ଏହି ବୈଠକ ଦଳ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ମୋଡ଼ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
 
 
 
 

By Nirvay

Leave a Reply

Your email address will not be published. Required fields are marked *