ରାଜ୍ୟରେ ଏ ମାସ ଶେଷ ସୁଦ୍ଧା ୨୩ଟି ଟ୍ରକ୍ ଟର୍ମିନାଲକୁ କାର୍ଯ୍ୟକ୍ଷମ କରାଯିବ। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଟ୍ରକ୍ ଟର୍ମିନାଲର ନିର୍ମାଣ କାମ ଶେଷ ହୋଇସାରିଛି। ବର୍ତ୍ତମାନ କେବଳ ଗିରିଶୋଳାରେ ଥିବା ଟର୍ମିନାଲଟି କାର୍ଯ୍ୟକ୍ଷମ ଅଛି। ଅନ୍ୟ ୨୩ଟି ଟର୍ମିନାଲକୁ ଚଳିତ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରାଯିବ। ସେ ଆହୁରି କହିଛନ୍ତି, ଟ୍ରକ୍ ଟର୍ମିନାଲଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାସ୍ତା ପାର୍ଶ୍ୱରେ ଟ୍ରକ୍ ପାର୍କିଂ କମିବା ସହ ଦୁର୍ଘଟଣା ମଧ୍ୟ ଅନେକ ମାତ୍ରାରେ ହ୍ରାସ ପାଇବ। Post navigation Bengal Violence: Suvendu Adhikari’s PA Shot Dead ଆତଙ୍କବାଦ ଓ ଏହାର ଇକୋସିଷ୍ଟମକୁ ସମୂଳେ ନଷ୍ଟ କରିବୁ: ମୋଦି