Govt employees to submit Self Appraisal Report by May 31
ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ବିଭାଗର ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି ।
 
ବିଭାଗର ନିର୍ଦେଶ ଅନୁଯାୟୀ, ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ଆସନ୍ତା ମେ ୩୧ ତାରିଖ ସୁଦ୍ଧା ନିଜ ନିଜର ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ଦାଖଲ କରିବାକୁ ହେବ ।
 
ଗତ ଆର୍ଥିକ ବର୍ଷରେ କ’ଣ କାମ କଲେ, କେତେ ଲକ୍ଷ୍ୟ ହାସଲ କଲେ, କେଉଁ ଯୋଜନାରେ କେତେ ଅଗ୍ରଗତି ହେଲା, ଏସବୁର ବିସ୍ତୃତ ବିବରଣୀ ରିପୋର୍ଟରେ ଦେବାକୁ ପଡ଼ିବ ।
 
ସେହିପରି, ଜୁଲାଇ ୩୧ ସୁଦ୍ଧା ରିପୋର୍ଟିଂ ଅଥରିଟି ଅର୍ଥାତ୍ ସିଧାସଳଖ ବରିଷ୍ଠ ଅଧିକାରୀ କର୍ମଚାରୀଙ୍କ ରିପୋର୍ଟ ଉପରେ ନିଜର ମନ୍ତବ୍ୟ ଦେବେ । ସେପ୍ଟେମ୍ବର ୩୦ ସୁଦ୍ଧା ସମୀକ୍ଷକ ଅଧିକାରୀ ସମୀକ୍ଷା କରି ମତାମତ ଦେବେ ଏବଂ ଡିସେମ୍ବର ୩୧ ସୁଦ୍ଧା ଚୂଡ଼ାନ୍ତ ଅଧିକାରୀ ସମ୍ପୂର୍ଣ୍ଣ ରିପୋର୍ଟକୁ ଅନୁମୋଦନ କରି ଚୂଡ଼ାନ୍ତ ମତ ଦେବେ ।
 
ସାଧାରଣ ପ୍ରଶାସନ ବିଭାଗ ସ୍ପଷ୍ଟ କରିଛି ଯେ, ନିର୍ଦ୍ଧିଷ୍ଟ ସମୟ ଭିତରେ ରିପୋର୍ଟ ଦାଖଲ ନ କଲେ କିମ୍ବା କାମରେ ଅବହେଳା ପ୍ରମାଣିତ ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ପଦୋନ୍ନତି, ବାର୍ଷିକ ବେତନ ବୃଦ୍ଧି ଓ ଅନ୍ୟାନ୍ୟ ସୁବିଧା ପାଇବାରେ ବି ଏହି ରିପୋର୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।

By Nirvay

Leave a Reply

Your email address will not be published. Required fields are marked *