Odisha CM attends the state-level 'National Panchayati Raj Day' program in Balangir
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀରଠାରେ ରାଜ୍ୟସ୍ତରୀୟ ‘ଜାତୀୟ ପଞ୍ଚାୟତିରାଜ ଦିବସ’ ପାଳନ ଅବସରରେ ଯୋଗ ଦେଇଛନ୍ତି ।
 
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ପାଇଁ ୫୮୦ କୋଟି ଟଙ୍କା ମୂଲ୍ୟର ୩୦୪ ଟି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ୩୨୯ କୋଟି ଟଙ୍କା ର ୨୬୮ ଟି ପ୍ରକଳ୍ପ ର ଲୋକାର୍ପଣ ଓ ୨୫୨ କୋଟି ଟଙ୍କା ର ୩୬ ଟି ପ୍ରକଳ୍ପ ର ଶିଳାନ୍ୟାସ କରଯାଇଛି ।
 
ଏଥିରେ ଭୀମଭୋଇ ମେଡିକାଲ କଲେଜରେ ଏକ ନୂତନ ନର୍ସିଂ କଲେଜ ପାଇ ମଧ୍ୟ ଶିଳାନ୍ୟାସ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀରରେ ଚିନି କଳ ଓ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇବାକୁ ଯାଉଥିବା ଘୋଷଣା କରିଥିଲେ । ଏଥି ସହିତ ଅନ୍ତୋଦୟ ଗୃହ ଯୋଜନାରେ ୫୦,୦୦୦ ରୁ ଅଧିକ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ଓ ପ୍ରଥମ କିସ୍ତି ରାଶି ପ୍ରଦାନର ଶୁଭାରମ୍ଭ କରିଥିଲେ । ପଞ୍ଚାୟତିରାଜ ସମୀକ୍ଷା ପୋର୍ଟାଲ୍ ଓ e- ପଞ୍ଚାୟତ ସଭା ପୋର୍ଟାଲ କୁ ମଧ୍ୟ ଉନ୍ମୋଚନ କରିଥିଲେ ।
 
ଏହି ଅବସରରେ ମୁଖ୍ୟମନ୍ତ୍ରୀ MGNREGS ଏବଂ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଜିଲ୍ଲା, ବ୍ଳକ୍, ଓ ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରିଥିଲେ ।
 
ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକ ଆଜି କେବଳ ଯୋଜନା କାର୍ଯ୍ୟକାରୀ କରିବା ଭିତରେ ନିଜକୁ ସୀମିତ ରଖିନାହାନ୍ତି, ବରଂ ସାମାଜିକ, ଅର୍ଥନୈତିକ, ମୌଳିକ ସେବା ଭିତ୍ତିଭୂମି, ମାନବ କଲ୍ୟାଣ ତଥା ପ୍ରାକୃତିକ ସମ୍ବଳ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
 
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାତୀୟ ପଞ୍ଚାୟତିରାଜ ଦିବସ କେବଳ ଏକ ସମାବେଶ ନୁହେଁ, ଏହା ଗ୍ରାମାଞ୍ଚଳ ସ୍ୱ-ଶାସନ ଓ ଲୋକତନ୍ତ୍ରର ମୌଳିକ ଶକ୍ତିକୁ ଜାଗରଣ କରିବାର ଦିବସ । ୭୩ତମ ସମ୍ବିଧାନ ସଂଶୋଧନର ତିନି ଦଶକ ପରେ ପଞ୍ଚାୟତରାଜ ବ୍ୟବସ୍ଥା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଦେଇ ଗତି କରୁଛି । ଲୋକଙ୍କ ସକ୍ରିୟ ଭାଗିଦାରୀ ଓ ଅଭିନବ ଚିନ୍ତାଧାରାହିଁ ଏହି ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିପାରିବ ବୋଲି ସେ କହିଥିଲେ ।
 
ସେ ପୁଣି କହୁଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ବଳିଷ୍ଠ ନେତୃତ୍ଵରେ ବିକଶିତ ଭାରତ ଗଠନ ପାଇଁ ଯେଉଁ ଉଦ୍ୟମ ଜାରି ରହିଛି, ତାକୁ ସାକାର କରିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ । ଗ୍ରାମାଞ୍ଚଳରେ ଜଳ, ଜମି, ଜଙ୍ଗଲର ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ମହିଳା ସଶକ୍ତିକରଣ ପାଇଁ ଆମ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।
 
ଜାତୀୟ ପଞ୍ଚାୟତ ପୁରସ୍କାର ମାଧ୍ୟମରେ ପଞ୍ଚାୟତ ମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହୋଇଥିବା ସହ ଓଡିଶାର ଅନେକ ପଞ୍ଚାୟତ ଜାତୀୟ ସ୍ତରରେ ପ୍ରଶଂସା ଲାଭ କରିଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ଗରିବ ଓ ବଞ୍ଚିତ ପରିବାରମାନଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି।
 
ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ବାସଗୃହ ଓଡ଼ିଶାକୁ ମିଳିବାକୁ ଯାଉଛି । ଏହା ମାଧ୍ୟମରେ ସମସ୍ତେ ଘର ପାଇବେ ବୋଲି ସେ କହିଥିଲେ ।
 
ସେହିପରି ଜଳଜୀବନ ମିଶନ ଅଧୀନରେ ପାଇପ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇ ୨୦୨୭ ମାର୍ଚ୍ଚ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ ପାଣି ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଜ୍ୟରେ ୫୪ ହଜାର କୋଟି ଟଙ୍କାର ବୃହତ୍ ଯୋଜନା ଗ୍ରହଣ କରାଯାଇଛି। ସେ ପୁଣି କହିଥିଲେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ସଂକଳ୍ପକୁ ପୁରା କରିବା ପାଇ ଗରିବ, ମହିଳା, ଯୁବ ବର୍ଗ ଓ ଅନ୍ନଦାତା ଙ୍କୁ ସଶକ୍ତ କରିବାପାଇଁ ଆମେ ବ୍ୟାପକ ଯୋଜନା ଆରମ୍ଭ କରିଛୁ । ସମୃଦ୍ଧ ପଞ୍ଚୟତ, ସମୃଦ୍ଧ ସହର ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମସ୍ତେ ମିଶି ଟିମ୍ ଓଡ଼ିଶା ଭାବେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ।
 
ପଞ୍ଚାୟତ ପ୍ରତିନିଧି ମନକୁ ଉତ୍ସାହିତ କରି ମୁଖ୍ୟମନ୍ତ୍ରୀ ନିଜ ସରପଞ୍ଚ ସମୟର ଅଭିଜ୍ଞତା ଓ ଅନୁଭୂତିକୁ ବର୍ଣ୍ଣନା କରି କହିଥିଲେ ଯେ ଆଜି ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଗରିବ,ମହିଳା, ଯୁବ – ଚାଷୀ ସମସ୍ତଙ୍କ ବିକାଶ ପାଇଁ କାମ କରିବାର ସମୟ ଆସିଛି ।
 

By Nirvay

Leave a Reply

Your email address will not be published. Required fields are marked *