ଆସନ୍ତା ୬ ତାରିଖରେ ରାଜ୍ୟସଭା ସାଂସଦ ଭାବେ ମନମୋହନ ସାମଲ, ସଂତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ ଶପଥ ନେବେ । ତେବେ ସୁଜିତ କୁମାର ଆସାମ ବିଧାନସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଥିବାରୁ ଅପ୍ରେଲ ୧୬ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି । ମନମୋହନ ସାମଲ ଓ ସୁଜିତ କୁମାର ବିଜେପି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବା ବେଳେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ଓ ସଂତୃପ୍ତ ମିଶ୍ର ବିଜେଡି ପ୍ରାର୍ଥୀ ଭାବେ ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେହିପରି, ରାଜ୍ୟସଭାରେ ବିଜେଡି ସାଂସଦ ମୁଜିବୁଲ୍ଲା ଖାଁ (ମୁନ୍ନା) ଓ ନିରଞ୍ଜନ ବିଶିଙ୍କ ବିଦାୟ ପରେ ଦଳର ସାଂସଦ ସଂଖ୍ୟା ୬କୁ ଖସିଛି । ଅପର ପକ୍ଷରେ ବିଜେପି ସାଂସଦ ସଂଖ୍ୟା ବୃଦ୍ଧି ପାଇ ୪ ରେ ପହଞ୍ଚିଛି । ମୁଜିବୁଲ୍ଲା ୬ ବର୍ଷ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିଥିବା ବେଳେ ନିରଞ୍ଜନ ବିଶି ପ୍ରାୟ ୩ ବର୍ଷ ୯ ମାସ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିଥିଲେ । ମୁଜିବୁଲ୍ଲା ଓ ନିରଞ୍ଜନ ବିଶି ୨୦୨୨ ଉପନିର୍ବାଚନରେ ବିଜୟୀ ହୋଇ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିଥିଲେ । କହିରଖୁଛୁ ଯେ ୨୦୨୬ ରାଜ୍ୟସଭା ନିର୍ବାଚନରେ, ମନମୋହନ ସାମଲଙ୍କୁ ୨୯୪୧, ସୁଜିତ କୁମାରଙ୍କୁ ୨୯୪୧, ସଂତୃପ୍ତ ମିଶ୍ରଙ୍କୁ ୩୧୦୦ ଓ ଦିଲ୍ଲୀପ ରାୟଙ୍କୁ ୩୪୧୮ ଭୋଟ ମିଳିଥିଲା । ଅପର ପକ୍ଷରେ ୧୧ଟି କ୍ରସ୍ ଭୋଟିଂ ହୋଇଥିବା ସୁନିଶ୍ଚିତ ହୋଇଥିଲା । ମନମୋହନ ସାମଲ ଓ ସୁଜିତଙ୍କ ସପକ୍ଷରେ ୩୫ ଲେଖାଏଁ, ସଂତୃପ୍ତ ମିଶ୍ରଙ୍କୁ ୩୧, ଦିଲ୍ଲୀପ ରାୟ ଏବଂ ଦତ୍ତେଶ୍ୱରଙ୍କ ସପକ୍ଷରେ ୨୩ ଖଣ୍ଡ ଲେଖାଏଁ ଭୋଟ୍ ପଡ଼ିଥିଲା । Post navigation Political War in Odisha: ବିଜେଡି ଓ କଂଗ୍ରେସର ମେଣ୍ଟ ହେଉଛି ଅପବିତ୍ର: ପୃଥ୍ବୀରାଜ ହରିଚନ୍ଦନ INS Aridhaman and Taragiri Commissioned: ନୌସେନାରେ ସାମିଲ ହେଲା INS ‘ଅରିଦମନ’ ଓ INS ‘ତାରାଗିରି’