Notification issued for regularization of Junior Teacher (Schematic)
ଗଣଶିକ୍ଷା ବିଭାଗ କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌) ଙ୍କୁ ନିୟମିତ ହୋଇଥିବା ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି । ଯେଉଁଦିନ ଠାରୁ କାର୍ଯ୍ୟରେ ଯୋଗ ଦେଇଥିଲେ ସେବେଠୁ ନିୟମିତ ହେବେ ସ୍କିମାଟିକ୍‌ ଶିକ୍ଷକମାନେ ।
 
୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ନୋସନାଲ୍‌ ସେବା ବେନିଫିଟ୍‌ ପାଇବେ ସ୍କିମାଟିକ୍‌ ଶିକ୍ଷକମାନେ । ସେହିପରି ୨୦୨୬ ଜାନୁଆରୀ ୧ ତାରଖରୁ ନିୟମିତ ହେବାର ଦରମା ଓ ସୁବିଧା ପାଇବେ ସ୍କିମାଟିକ୍‌ ଶିକ୍ଷକମାନେ ।
 
ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକ (Junior Teacher, Schematic) ମାନଙ୍କୁ ନିୟମିତ କରାଯାଇଥିବା ଘୋଷଣା କରିଥିଲେ ।
Notification issued for regularization of Junior Teacher (Schematic)

By Nirvay

Leave a Reply

Your email address will not be published. Required fields are marked *