ଆଜିଠାରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କଡ଼ାକଡ଼ି ହୋଇଛି । ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ ଦ୍ୱାରା ଯାଞ୍ଚ ଆରମ୍ଭ ହୋଇଛି । ଏପ୍ରିଲ ପହିଲା ଯାଏଁ କୋହଳ ଥିଲା ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ । ଯେଉଁ ଗାଡ଼ି ଚାଳକଙ୍କ ପାଖରେ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନଥିବ, ସେମାନଙ୍କ ଉପରେ ପରିବହନ ବିଭାଗ ପକ୍ଷରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯିବାର ବ୍ୟବସ୍ଥା କରାଯାଇଛି । ପରିବହନ ବିଭାଗ ପକ୍ଷରୁ ମାଗଣାରେ ଗ୍ରୀନ୍ ଷ୍ଟିକର୍ ଦିଆଯାଉଛି, ଯାହା ଗାଡ଼ିର କାଚରେ ଲଗାଇବାକୁ ପରାମର୍ଶ ଦିଆଯାଇଛି । କହିରଖୁଛୁ ଯେ, ସଡ଼କ ସୁରକ୍ଷାକୁ ନେଇ ଜାରି ରହିଥିବା ବିଶେଷ ଅଭିଯାନକୁ ଏପ୍ରିଲ ୧୦ ଯାଏଁ ବୃଦ୍ଧି କରାଯାଇଛି । ମାର୍ଚ୍ଚ ୨୧ରୁ ଆରମ୍ଭ ହୋଇଥିବା ଅଭିଯାନ ଏପ୍ରିଲ ୧୦ ଯାଏଁ ଚାଲିବ । Post navigation Anganwadi Centres in Odisha: ୧୮୮୯ଟି ନୂତନ ଅଙ୍ଗନବାଡି ଗୃହର ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ Morning Classes in Odisha: ରାଜ୍ୟରେ ସକାଳୁଆ ସ୍କୁଲ ପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଜାରି