୧ ହଜାର ୮୮୯ ଅଙ୍ଗନବାଡି ଗୃହର ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦାଘାଟନ କରିଛନ୍ତି । ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ସୁନ୍ଦର, ସକ୍ଷମ ଓ ସୁଦୃଢ଼ ଅଙ୍ଗନବାଡ଼ି ଗଠନ ହିଁ ଆମର ମୂଳ ଲକ୍ଷ୍ୟ। ଆସନ୍ତାକାଲି ଠାରୁ ନିଜସ୍ୱ ଘରେ ଚାଲିବ ଅଙ୍ଗନବାଡି କେନ୍ଦ୍ର । ଆସନ୍ତା ଜୁଲାଇରେ ଅଢେଇ ହଜାର ଅଙ୍ଗନବାଡି ଘର ଲୋକାର୍ପଣ ଲକ୍ଷ୍ୟ ରହିଛି । ୨୦୨୭ ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡି ନିଜସ୍ୱ ଘରେ ଚାଲିବ । ୧୦ ହଜାର ଅଙ୍ଗନବାଡି ନିର୍ମଣ ପାଇଁ ଅତିରିକ୍ତ ବଜେଟରେ ବ୍ୟବସ୍ଥା ହୋଇଥିଲା । ଖୁଵ ଶୀଘ୍ର ୪ ହଜାର ୨୮୪ରୁ ଉର୍ଦ୍ଧ୍ଵ ଘର ସମ୍ପୂର୍ଣ୍ଣ ରୂପରେଖ ଦିଆଯିବ । ବାଲେଶ୍ୱର, ଗଞ୍ଜାମ, କଟକ, ଅନୁଗୋଳ ଏବଂ ଦେବଗଡ଼ ଭଳି ବିଭିନ୍ନ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଉପ-ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗର ମିଳିତ ସହଯୋଗରେ ଏହି ପ୍ରକଳ୍ପ ସଫଳ ହୋଇପାରିଛି। ଏହି ନୂତନ କେନ୍ଦ୍ରଗୁଡ଼ିକ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତି ମା’ମାନଙ୍କ ପାଇଁ ପୁଷ୍ଟିସାଧନ, ପ୍ରାରମ୍ଭିକ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତାର ଏକ ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରିବ। Post navigation Kanya Sumangala Yojana: ଖୁବ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଏସ୍ଓପି: ପ୍ରଭାତୀ ପରିଡ଼ା PUCC Checks To Be Strictly Enforced: ଆଜିଠାରୁ କଡ଼ାକଡ଼ି ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ