ଅସହ୍ୟ ଗରମ ଓ ଗୁଳିଗୁଳିରେ ଅସ୍ତବ୍ୟସ୍ତ ଜୀବନ । ଗତ କିଛି ଦିନ ରାଜ୍ୟରେ ଏଭଳି ତାପମାତ୍ରା ଦେଖିବାକୁ ମିଳିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳ ଓଡ଼ିଶାରେ ଥଣ୍ଡା ଅନୁଭୂତ ହେଉଛି । ଆଗାମୀ ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ ଆଞ୍ଚଳିକ ପାଣିପାଗ ସୂଚନା ଦେଇଛି। ଆଜି ୩ ଜିଲ୍ଲା ଗଞ୍ଜାମ, ଗଜପତି ଓ ପୁରୀକୁ ତାତି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ରାୟଗଡ଼ା, ନୂଆପଡ଼ା ଓ ନବରଙ୍ଗପୁରକୁ ଝଡ଼ ତୋଫାନ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଏବଂ ମୟୁରଭଞ୍ଜକୁ ମଧ୍ୟ କାଳବୈଶାଖୀ ଜନିତ ବର୍ଷା ପାଇଁ ସତର୍କ କରାଯାଇଛି । ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଏବଂ ଘଣ୍ଟାପ୍ରତି ପବନର ବେଗ ୩୦ ରୁ ୪୦ କିଲୋମିଟର ରହିବାର ଆକଳନ କରାଯାଇଛି । Post navigation Stock Market Crash: ଖସିଲା ଭାରତୀୟ ସେୟାର ମାର୍କେଟ୍; ନିବେଶକ ହରାଇଲେ ୧୦ ଲକ୍ଷ କୋଟି ଟଙ୍କା Women’s Reservation Bill: ଏପ୍ରିଲରେ ହେବ ମହିଳା ସଂରକ୍ଷଣ ବିଲ୍ ପାଇଁ ସ୍ବତନ୍ତ୍ର ଅଧିବେଶନ