ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ (OPHWC)ର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର। OPHWC ଅଧିକାରୀଙ୍କ ୨୯ ପ୍ଲଟ୍ ରହିଛି । ଜଟଣୀ ବ୍ରହ୍ମପୁର ଓ ଅନ୍ୟ ସ୍ଥାନରେ ରହିଛି ୨୯ଟି ପ୍ଲଟ । ଭୁବନେଶ୍ବର କଳଙ୍ଗ ବିହାରରେ ରହିଛି ଦୁଇଟି ଘର । ଗତକାଲି ଲାଞ୍ଚ ନେଇ ଧରା ପଡ଼ିଥିଲେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର। ରେଡ ବେଳେ ଟ୍ରଙ୍କରୁ ବାହାରିଲା ବିଡ଼ା ବିଡ଼ା ନୋଟ୍ । ଏହା ସହ ଜବତ ହୋଇଛି ୪୮ ଲକ୍ଷରୁ ଅଧିକ ଟଙ୍କା । କେଜିଏରୁ ଅଧିକ ସୁନା ଜବତ ହୋଇଛି । ଅଧିକ ତଦନ୍ତ ପାଇଁ ଭୋଳଙ୍କୁ ଭୁବନେଶ୍ୱର ଅଣାଯାଉଛି। ଭୁବନେଶ୍ୱର, ସମ୍ବଲପୁର ଓ ଭଞ୍ଜନଗରରେ ଏକକାଳୀନ ଚଢ଼ାଉ ହୋଇଥିଲା। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ତାଙ୍କ ଭଉଣୀଙ୍କ ଘରେ ଦୁଇଟି ଟ୍ରଙ୍କ୍ ଭିତରେ ଲୁଚାଇ ରଖାଯାଇଥିବା ପ୍ରାୟ ୭୦ ବିଡା ୫୦୦ ଟଙ୍କିଆ ନୋଟ୍ ଜବତ କରାଯାଇଛି। ୧୧୪୦ ଗ୍ରାମ, ୬ ଟି ସୁନା କଏନ, ଦୁଇଟି ସୁନା ବିସ୍କୁଟ ମିଳିଛି । Post navigation Today Utkal Dibasa: ଆଜି ‘ଉତ୍କଳ ଦିବସ’; ଓଡିଶାବାସୀଙ୍କ ପାଇଁ ସ୍ମରଣୀୟ ଦିନ Nishikant Apologises For Remarks on Biju Patnaik: ବିଜୁଙ୍କ ଉପରେ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କଲେ ସାଂସଦ ନିଶିକାନ୍ତ ଦୁବେ