ଓଡ଼ିଶାର କିଛି ଜିଲ୍ଲା ପାଇଁ ଆସନ୍ତା ଚାରିଦିନ କାଳବୈଶାଖୀ ହେବା ନେଇ ସତର୍କତା ଜାରି କଲା ଭାରତୀୟ ପାଣିପାଗ ବିଭାଗ। ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଜ୍ରପାତ, ଝଡ଼ବର୍ଷା ସହ କୁଆପଥର ମାଡ ହେବାର ସମ୍ଭାବନା ରହିଛି।

ଆଜି ରାଜ୍ୟର ୪ ଜିଲ୍ଲାକୁ କୁଆପଥର ବର୍ଷା ସହ ବିଜୁଳି ଘଡଘଡ଼ି ନେଇ ଅରେଞ୍ଚ ଆଲର୍ଟ ଜାରି ହୋଇଛି। ସେହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ,ଭଦ୍ରକ ଓ ବାଲେଶ୍ବର। ଏହି ଅଞ୍ଚଳଗୁଡ଼ିକରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ସହ ଘଣ୍ଟାପ୍ରତି ୪୦-୫୦ କିମି ବେଗରେ ପବନ ବହିବ ଏବଂ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଆଗାମୀ ୪ ଦିନ ପାଇଁରାଜ୍ୟର ୧୭ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି। ଏହି ଜିଲ୍ଲାଗୁଡିକରେ ମଧ୍ୟମ ବର୍ଷା, ବଜ୍ରପାତ ସହିତ ପ୍ରବଳ ପବନ ବହିବ। ୟେଲୋ ଆଲର୍ଟ ବୁଧବାର ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ, ଯାହା ରାଜ୍ୟ ସାରା ଅସ୍ଥିର ପାଗ ପରିସ୍ଥିତି ଜାରି ରହିବ ବୋଲି କୁହାଯାଇଛି। ତେବେ ବର୍ତ୍ତମାନ ଦିନର ତାପମାତ୍ରା ଉଚ୍ଚ ସତ୍ତ୍ୱେ, ପାଣିପାଗ ବିଜ୍ଞାନୀମାନେ ସ୍ପଷ୍ଟ କରିଛନ୍ତି ଯେ ଜାରି ରହିଥିବା କାଳବୈଶାଖୀ କାର୍ଯ୍ୟକଳାପ ଯୋଗୁଁ ଆଗାମୀ ଦିନରେ ତାପମାତ୍ରାରେ କୌଣସି ଉଲ୍ଲେଖନୀୟ ବୃଦ୍ଧି ଆଶା କରାଯାଇ ନାହିଁ। ଯାହା ପ୍ରଚଣ୍ଡ ଗରମରୁ ଅସ୍ଥାୟୀ ଆଶ୍ୱସ୍ତି ପ୍ରଦାନ କରିପାରେ।

ଅନ୍ୟପଟେ, ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ,ସୋମବାର ଦିନ ରାଜ୍ୟରେ ତାତି ବଢିଛି। ୪ ସହରର ପାରଦ ୪୦ ଡିଗ୍ରୀ ପାର୍ କରିଥିବା ବେଳେ ଟିଟିଲାଗଡ୍ ରେ ପାରଦ ୪୧.୮ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି।

Leave a Reply

Your email address will not be published. Required fields are marked *