lpg-vessel-jag-vasant-arrives-at-gujarats-kandla-port
ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ହରମୁଜ୍ ପ୍ରଣାଳୀ (Strait of Hormuz) ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ଭିତରେ ଭାରତକୁ ଆଶ୍ୱସ୍ତ କରି କାଣ୍ଡ୍ଲା ବନ୍ଦରରେ MT ଜଗ୍ ବସନ୍ତ ପହଞ୍ଚିଛି । ଏହି ଜାହାଜ ୪୭,୦୦୦ ମେଟ୍ରିକ ଟନ୍ ଏଲପିଜି ବୋଝେଇ କରି ଆସିଛି ।
 
କିଛି ସମୟ ଭିତରେ ସିପ୍ ଟୁ ସିପ୍ ଟ୍ରାନ୍ସଫର ପ୍ରକ୍ରିୟା ଆରମ୍ଭ ହେବ । ଏହା ସହିତ ଆଉ ଦୁଇଟି ବାଣିଜ୍ୟିକ ଜାହାଜ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରୁଛି, ଯାହା ପେଟ୍ରୋଲିୟମ ଉତ୍ପାଦ ସାମଗ୍ରୀ ବୋଝେଇ କରି ଆସୁଛି । ନୌସେନାର ଯୁଦ୍ଧ ଜାହାଜ ସହଯୋଗ ପାଇଁ ଷ୍ଟାଣ୍ଡବାଇରେ ଅଛି ଏବଂ ଆହୁରି କିଛି ଜାହାଜ ଶୀଘ୍ର ଆସିବା ଆଶା କରାଯାଉଛି ।
 
‘ଜଗ୍‌ ବସନ୍ତ’ ଭାରତରେ ପହଞ୍ଚିବାରେ ତୃତୀୟ ଏଲପିଜି ଟ୍ୟାଙ୍କର। ଏହାପୂର୍ବରୁ ନନ୍ଦାଦେବୀ ଓ ଶିବାଲିକ୍‌ ଗୁଜରାଟ ବନ୍ଦରରେ ଏଲପିଜି ନେଇ ପହଞ୍ଚି ଥିଲେ । ଦୁଇଟିଯାକ ଜାହାଜରେ ମୋଟ ୯୨,୦୦୦ ମେଟ୍ରିକ୍‌ ଟନ୍‌ ଏଲପିଜି ଭାରତ ପହଞ୍ଚି ଥିଲା ।
lpg-vessel-jag-vasant-arrives-at-gujarats-kandla-port

By Nirvay

Leave a Reply

Your email address will not be published. Required fields are marked *