ପୂର୍ବତନ ସାଂସଦ ନାରାୟଣ ସାହୁଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ। ଚାରି ଦିନ ପୂର୍ବେ ତାଙ୍କ ଅବସ୍ଥା ଖରାପ ହୋଇଥିଲା, ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ନାରାୟଣ ସାହୁ ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ ବ୍ଲକ ଅନ୍ତର୍ଗତ ଗେହଲେଇକାଟେଣୀ ଗାଁର ବାସିନ୍ଦା ଥିଲେ। ସେ ୧୯୭୧ ରୁ ୧୯୭୭ ମଧ୍ୟରେ ଦୁଇ ଥର ପାଇଁ କଂଗ୍ରେସ ପ୍ରାର୍ଥୀ ଭାବରେ ପାଲଲହରା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ। ପରେ, ସେ ଭାରତୀୟ ଜାତୀୟ କଂଗ୍ରେସ ଟିକେଟରେ ଦେବଗଡ଼ ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ, ୧୯୮୦ ରୁ ୧୯୮୪ ପର୍ଯ୍ୟନ୍ତ ସେବା କରିଥିଲେ। ସେ ୧୯୮୪ ମସିହାରେ ରାଜନୀତିରୁ ଅବସର ନେଇଥିଲେ। ୭୩ ବର୍ଷ ବୟସରେ, ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୮୧ ବର୍ଷ ବୟସରେ, ସେ ସେହି ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ଡକ୍ଟରେଟ୍ (ପିଏଚଡି) ଡିଗ୍ରୀ ହାସଲ କରିଥିଲେ। ସେ ଅନେକ ପୁସ୍ତକ ଏବଂ ଉପନ୍ୟାସ ମଧ୍ୟ ଲେଖିଛନ୍ତି। Post navigation Rain Alert In Odisha: ରାଜ୍ୟରେ ୭ ଦିନ ଧରି ବର୍ଷା, ବିଜୁଳି ସହ କୁଆପଥର ସମ୍ଭାବନା PM Modi Chairs CMs Meeting: ପଶ୍ଚିମ ଏସିଆ ଯୁଦ୍ଧ ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୈଠକ