ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟରେ ୨ ବର୍ଷରେ ମଲେଣି ୪୯୫୩ । ସହାୟତା ରାଶି ପାଇବା ଅପେକ୍ଷାରେ ୪୬୭ ମୃତକଙ୍କ ପରିବାର । ଏ ନେଇ ଗୃହରେ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ଆଜି ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପଚାରିଥିବା ପ୍ରଶ୍ନ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଦୁଇ ବର୍ଷ ମଧ୍ୟରେ କେତେ ଜଣଙ୍କ ପ୍ରାଣ ହାନି ଘଟିଛି, କ୍ଷତି ପୂରଣ ବାବଦକୁ ରାଜ୍ୟ ସରକାର କେତେ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିଲେ, କେତେ ମୃତକ ପରିବାର ଏହି ସହାୟତା ରାଶିରୁ ବଞ୍ଚିତ ଅଛନ୍ତି, ତାହାର ଜିଲ୍ଲାୱାରୀ ତଥ୍ୟ ମାଗିଥିଲେ । ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୨ ବର୍ଷରେ ୪୯୫୩ ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି । ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ଅଂଶୁଘାତରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୫୦ ହଜାର ଟଙ୍କା ଏବଂ ଅନ୍ୟ ବିପର୍ଯ୍ୟୟରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ସିଧାସଳଖ ପ୍ରଦାନ କରାଯାଇଛି । କିନ୍ତୁ ୪୬୭ ଜଣ ମୃତକଙ୍କ ପରିବାର ସହାୟତା ରାଶି ପାଇ ପାରିନାହାଁନ୍ତି । ସେମାନଙ୍କ ମାମଲା ବିଚାରଧୀନ ରହିଛି । ମୃତ୍ୟୁର ସଠିକ୍ କାରଣ ଓ ଆବଶ୍ୟକୀୟ ଦସ୍ତାବିଜର ଦାଖଲରେ ବିଳମ୍ବ, ଭିସେରା ରିପୋର୍ଟ ଆସିବା ପାଇଁ ଅପେକ୍ଷା ଆଦି ବିଳମ୍ବ ଯୋଗୁଁ ସହାୟତା ପାଇବାରେ ବିଳମ୍ବ ହେଉଛି । Post navigation India Vs Sri Lanka T20I At Barabati Stadium: ଡିସେମ୍ବର ୨୪ରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍ Guidelines Issued For Ram Navami: ରାମ ନବମୀ ପାଇଁ ଜାରି ହେଲା ଗାଇଡ୍ଲାଇନ୍