ଓଡ଼ିଶା ବିଧାନସଭାର ଆଗାମୀ ବଜେଟ ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ କଂଗ୍ରେସ ବିଧାୟକ ଦଳ ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ ଦଳର ରଣନୀତି ଉପରେ ଆଲୋଚନା କରିଛନ୍ତି । ଗଣମାଧ୍ୟମକୁ ବିବୃତି ଦେଇ ଭକ୍ତ ଦାସ କହିଛନ୍ତି ଯେ, ଏକ ଦାୟିତ୍ୱବାନ ବିରୋଧୀ ଦଳ ଭାବରେ, ଲୋକଙ୍କ ସମସ୍ୟାକୁ ଉପସ୍ଥାପିତ କରିବା ସହ ସରକାରଙ୍କ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଆମେ ଦୃଢ଼ ପ୍ରତିବଦ୍ଧ । କୃଷକଙ୍କୁ ଠକାମୀ ଏବଂ ଲୁଟ, ଶିଳ୍ପସଂସ୍ଥା ଗୁଡିକର ପ୍ରଦୂଷଣ ଓ ବିସ୍ଥାପନ ସମସ୍ୟା, ମହାନଦୀ ଜଳ ବିବାଦ, କୃଷକଙ୍କୁ ମାଗଣା ବିଜୁଳି ଓ ଉପଭୋକ୍ତାଙ୍କୁ କରଛାଡ଼ । ନାରୀ ସୁରକ୍ଷା ସମ୍ମାନ ଓ ନ୍ୟାୟ, ଯୁବକଙ୍କୁ ରୋଜଗାର, ଦଳିତ ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ, ଚାକିରୀ କେଳେଙ୍କାରୀ ଆଦି ସମସ୍ତ ବିଷୟ ତଥା ସାଧାରଣ ଜନତାଙ୍କୁ ସରକାର ଦେଇଥିବା ପ୍ରତିଶୃତି ପାଳନରେ ଅସମର୍ଥତା ନେଇ କଂଗ୍ରେସ ଦଳ ପକ୍ଷରୁ ସରକାରଙ୍କୁ ଘେରାଯିବା କାର୍ଯ୍ୟକ୍ରମ ରହିଛି ବୋଲି ପ୍ରକାଶ କରିଛନ୍ତି । ଏହି ଆଲୋଚନାରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଓଡିଶା କଂଗ୍ରେସ ସହ ପ୍ରଭାରୀ ଜେଟ୍ଟୀ କୁସୁମ କୁମାରଙ୍କ ସମେତ ସମସ୍ତ ବିଧାୟକ ଉପସ୍ଥିତ ଥିଲେ । Post navigation Raseshwari Panigrahi Passes Away: ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ଵରୀ ପାଣିଗ୍ରାହୀଙ୍କ ପରଲୋକ Odisha Assembly Budget Session: ବିଧାନସଭା ବଜେଟ ଅଧିବେଶନ ପାଇଁ ବିଜେପି ବିଧାୟକ ଦଳ ବୈଠକ