ପୁରୀ ସମୁଦ୍ରରେ ଗତକାଲି ଜୀବନ୍ତ ଶାମୁକା ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଥିବା ବେଳେ ଆଜି ଡଲଫିନ୍ ଦେଖିବାକୁ ମିଳିଛି । ପୁରୀ ସମୁଦ୍ରରେ ଡଲଫିନଙ୍କ ଜଳକ୍ରୀଡା ଏକ ମନୋରମ ଦୃଶ୍ୟ ହୋଇଥିବା ବେଳେ ଏହାକୁ ଦେଖି ପର୍ଯ୍ୟଟକମାନେ ବିମୋହିତ ହୋଇଥିଲେ । ଚିଲିକାରୁ ୪ରୁ ୫ଟି ଡଲଫିନ୍ ପୁରୀ ଦେଇ ଚନ୍ଦ୍ରଭାଗା ଆଡ଼କୁ ଯାଉଥିବା ଦେଖିବାକୁ ମିଳିଛି । କହିରଖୁଛୁ ଯେ, ଗତକାଲି ପୁରୀ ସମୁଦ୍ର କୂଳରେ ହଜାର ହଜାର ଜୀବନ୍ତ ଶାମୁକା ଦେଖିବାକୁ ମିଳିଥିଲା । ରାତିରେ ଦଳ ଦଳ ହୋଇ କୂଳକୁ ଆସି ବାଲିରେ ବିଚରଣ କରି ସୂର୍ଯ୍ୟ ଉଦୟ ପରେ ପୁଣି ସମୁଦ୍ର ଭିତରକୁ ଚାଲି ଯାଉଛନ୍ତି ଜୀବନ୍ତ ଶାମୁକା । Post navigation Pitabas Panda Murder case: ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା; ଜଣଙ୍କୁ ମିଳିଲା ଜାମିନ Vigilance Raids Angul Hospital Staff: କୋଟିପତି କିରାଣି ସୁବ୍ରତ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ