india-vs-pakistan-t20-world-cup-2026-pakistan-to-play-against-india-on-feb-15
ଟି-୨୦ ବିଶ୍ୱକପ୍‌ରେ ଭାରତ ବିପକ୍ଷରେ ଖେଳିବ ପାକିସ୍ତାନ । ଆସନ୍ତା ୧୫ ତାରିଖରେ କଲମ୍ବୋରେ ଖେଳାଯିବ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ । ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ବା ପିସିବି ରାଜି ହୋଇଥିବା ସୂଚନା ମିଳିଛି । ଲାହୋରରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍କର୍ସ ବାହାରିଲା । ମ୍ୟାଚ୍ ଖେଳିବାକୁ PCBକୁ ଅନୁମତି ଦେଲା ପାକିସ୍ତାନ ସରକାର ।
 
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆଇସିସି (ଆନ୍ତର୍ଜାତୀୟ କ୍ରିକେଟ ପରିଷଦ), ପିସିବି (ପାକିସ୍ତାନ କ୍ରିକେଟ ବୋର୍ଡ) ଏବଂ ବିସିବି (ବାଂଲାଦେଶ କ୍ରିକେଟ ବୋର୍ଡ) ମଧ୍ୟରେ ବିଚାର ବିମର୍ଶ ପରେ, ପାକିସ୍ତାନ ଫେବୃଆରୀ ୧୫ ରେ ଭାରତ ବିପକ୍ଷରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବୟକଟ ପ୍ରତ୍ୟାହାର କରିଛି ।
 
ପୂର୍ବରୁ, ଭାରତରେ ଖେଳିବାକୁ ମନା କରିବା ପରେ ବାଂଲାଦେଶ ଟି-୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ବାଦ ପଡିଥିଲା । ସୁରକ୍ଷା ଚିନ୍ତାର କାରଣ ଦେଖାଇ ବାଂଲାଦେଶ ଏହାର ବିଶ୍ୱକପ୍ ମ୍ୟାଚ୍ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା । ଯାହାକୁ ଆଇସିସି ପ୍ରତ୍ୟାଖ୍ୟାନ କରିଥିଲା ।
 
 
 
 

By Nirvay

Leave a Reply

Your email address will not be published. Required fields are marked *