ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ। ପୁଣେର ରୁବୀ ହୋଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଳାରେ ସଂକ୍ରମଣ କାରଣରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣପାଡ଼ିଛି । ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସାଧୀନ ଅଛନ୍ତି। ହସ୍ପିଟାଲରେ ତାଙ୍କ ଝିଏ ତଥା ଏନସିପି ସାଂସଦ ସୁପ୍ରିୟା ସୁଲେ ଏବଂ ଜ୍ୱାଇ ସଦାନନ୍ଦ ସୁଲେ ଉପସ୍ଥିତ ଅଛନ୍ତି । ଆଜି ମହାରାଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ତେର ଦିନ କାର୍ଯ୍ୟକ୍ରମ ଥିଲା । ବାରମତୀର କାଠେୱାଡ଼ୀରେ କ୍ରିୟାକର୍ମ କରାଯାଉଛି । ପୁତୁରାଙ୍କ କର୍ମରେ ଯୋଗ ଦେବାକୁ ଶରଦ ପାୱାର ବାରାମତୀ ଯାଇଥିଲେ । ଗତ କିଛି ଦିନ ତଳୁ ସେ ଜ୍ୱର, କାଶ ଏବଂ ଗଳାରେ କଷ୍ଟ ଅନୁଭବ କରୁଥିଲେ । ମାତ୍ର ଆଜି ସକାଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା । ତାଙ୍କୁ ତୁରନ୍ତ ପୁଣେର ରୁବୀ ହୋଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରମାନେ କହିଛନ୍ତି ଯେ ହସ୍ପିଟାଲରେ ତାଙ୍କର ଅନେକ ଡାକ୍ତରୀ ପରୀକ୍ଷା କରାଯାଇଥିଲା ଏବଂ ବର୍ତ୍ତମାନ ସେ ଏକ ସାଧାରଣ ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି। Post navigation Upasana Mohapatra targets BJD: ଉପାସନାଙ୍କ ବିଜେଡିକୁ ୩ ମାଙ୍କଡ଼ ଉପାଖ୍ୟାନ Puri Mahaprasad: ପୁଣି ମହାପ୍ରସାଦକୁ ଅପମାନ; ଡାଇନିଂ ଟେବୁଲରେ ବସି ଚପଲ ପିନ୍ଧି ମହାପ୍ରସାଦ ସେବନ କରିବା ଭିଡ଼ିଓ ଭାଇରାଲ୍